ବାବେବିରା ସମଲେଶ୍ୱରୀ ମନ୍ଦିର ରତ୍ନମୁଦ ସମ୍ପର୍ଣ୍ଣ : ଯୋଗ ଦେଲେ ବିଧାୟକ

ଅତାବିରା, 18/4(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବାବେବିରରେ ନବ ନିର୍ମିତ ସମଲେଶ୍ୱରୀ ମନ୍ଦିରର ରତ୍ନମୁଦ ମହୋତ୍ସବ ଶୁକ୍ରବାର ଅପରାହ୍ନରେ ସମ୍ପର୍ଣ୍ଣ ହୋଇଯାଇଛି l ଗ୍ରାମର ସମଲେଶ୍ବରୀ ମନ୍ଦିର ରତ୍ନମୁଦ କର୍ତ୍ତୀ ସସ୍ମିତା ବାରିକ ଓ କର୍ତ୍ତା ନୃସିଂହ ବାରିକ ସପତ୍ନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗାଁ ପୋଖରୀରୁ ପୂର୍ଣ୍ଣ କଳସୀ ନେଇ ଘଣ୍ଟ, ଶଙ୍ଖ, ଦୂଲଦୁଲି ବଜା ହରିବୋଲ ହୁଳହୁଳି ଧ୍ୱନୀରେ ଏକ ଶୋଭାଯାତ୍ର ଯଂଜ୍ଞ ମଣ୍ଡପରେ ପହଞ୍ଚି କଳସ ସ୍ଥାପନ କରିଥିଲେ l ପରେ ପାରମ୍ପରିକ ରୀତିନୀତି ମୁତାବକ ପଣ୍ଡିତ ଜୟ କୁମାର ଦାଶ ଓ ସାଥିଙ୍କ ମନ୍ତ୍ରପାଠ ସହ ପୂଜାପାଠ କରାଯାଇଥିଲା l ହୋମ ଯଂଜ୍ଞ ପୂର୍ଣ୍ଣାହୁତୀ ପରେ ମନ୍ଦିରର ରତ୍ନମୁଦ ଅପରାହ୍ନରେ କରାଯାଇଥିଲା l ଏହି ମନ୍ଦିରଟିକୁ ବିଶ୍ବକର୍ମା ଭାଗବତିଆ ଭୋଇ ଓ ସାଥି ନିର୍ମାଣ କରିଛନ୍ତି l ଏହି ଅବସରରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଭଜନ କୀର୍ତ୍ତନ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ରତ୍ନମୁଦ କାର୍ଯ୍ୟକ୍ରମରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଦିନ ଦେଢ଼ଟା ରେ ପହଞ୍ଚି ଯଂଜ୍ଞ ମଣ୍ଡପରେ ମାଁ ଙ୍କ ଦର୍ଶନ କରିଥିଲେ l ଏଥିରେ ଗ୍ରାମର ବୀରେନ୍ଦ୍ର କର ଙ୍କ ସମେତ ଭାଜପା ଅତାବିରା ନଗର ସଭାପତି ସତୀଶ ଚୌଧୁରୀ,ପୂର୍ବତନ ସଭାପତି ସୁରେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ଭୋଗ ବଣ୍ଟନ କରାଯାଇଥିଲା l