୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ମାରକପତ୍ର

0

ଅତାବିରା, ୨୪।୪(ସଂସ୍କୃତି ମିଡ଼ିଆ):ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ସମୟରେ ଓଡିଶା ରାଜ୍ୟ କୃଷକ ସଂଗଠନ, ଅତାବିରା ପକ୍ଷରୁ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଚାଷୀ ପଞ୍ଜିକରଣ ସମୟରେ ପ୍ରତି ଫସଲରେ ଚାଷୀଙ୍କ ଜମିର କାଗଜ ପତ୍ର, ବ୍ୟାଙ୍କ ପାସବୁକ, ନେଟ କପି, ବିଦ୍ୟୁତ ବିଲ ଆଦି ଦେବାକୁ ପଡୁଛି। ଏହାକୁ ଥରେ ମାତ୍ର ଡାଟା ବେସ କରାଯାଉ। ସେଟଲାଇଟ ସର୍ଭେରେ କିଛି ଚାଷ ହୋଇଥିବା ଜମି କାଟି ଯାଉଛି, ଏଣୁ ଜିଲ୍ଲାରେ ଯେତିକି ଧାନ ଚାଷ କରାଯାଉଛି ସେସବୁକୁ ସର୍ଭେ କରି ପଂଜୀକରଣରେ ସାମିଲ କରାଯାଉ। ଚାଷୀ ପାଉଥିବା ଟୋକନ ପରିମାଣକୁ ଏକରୁ ଅଧିକ ଥର ବିକ୍ରି କରିବାର ବ୍ୟବସ୍ଥା କରାଯାଉ। ଏହା କାର୍ଯ୍ୟକାରୀ କରାଗଲେ ଚାଷୀ ଯେତିକି ଧାନ ଅମଳ କରିଲା, ସେତିକି ବିକି ପାରିବ। ବରଗଡ଼ ଜିଲ୍ଲା ଭାତହାଣ୍ଡି ଭାବେ ବହୁତ ପରିମାନର ଧାନ ଉତ୍ପାଦନ ହେଉଥିବାରୁ ଏଠାରେ ହେଉଥିବା ଧାନ ସଂଗ୍ରଂ ପ୍ରକିୟାକୁ ଜିଲ୍ଲା ସ୍ତରରେ କରାଯାଇ ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାରର କ୍ଷମତା ଦିଆଯାଉ ବୋଲି ଦାବି କରିଥିଲେ। କୃଷକ ସଂଗଠନର ବ୍ଲକ ସଭାପତି ବୀରେନ୍ଦ୍ର କର ଦାବି ପତ୍ର ପ୍ରଦାନ କରିବା ବେଳେ ସରକାର ତର୍ଜମା କରି ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!