ଗୋଡଭଗା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଯାତ୍ରା 

0

ଅତାବିରା, 24/4(ସଂସ୍କୃତି ମିଡ଼ିଆ) – ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମହାଦେବ ମନ୍ଦିର ପୋଖରୀରୁ କଳସ ଆବାହନ ପୂର୍ବକ ପୂର୍ଣ୍ଣକଳସ ଧରି ସମଲେଶ୍ଵରୀ ମନ୍ଦିର ସମ୍ମୁଖରୁ ଶତାଧିକ ମହିଳାଙ୍କ ଏକ ଶୋଭାଯାତ୍ରା ଜାତୀୟ ରାଜପଥ ସେବା ରାସ୍ତାରେ ଯଜ୍ଞମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଘଣ୍ଟ ଓ ଶଙ୍ଖ ବାଦ୍ୟ, ସଂକୀର୍ତ୍ତନ ଏବଂ ବାବେବିରା ବିଶ୍ଵ ଦୁଲଦୁଲି ବାଜା ଭାଗ ନେଇଥିଲେ । ଦୁର୍ଗା କମିଟି ଏବଂ ଲୟନ୍ସ କ୍ଲବ ପକ୍ଷରୁ ସରବତ ବ୍ୟବସ୍ଥା କରାଯାଇଥିଲା। ଯଜ୍ଞମଣ୍ଡପ ପର୍ଯ୍ୟନ୍ତ କଳସ ଯାତ୍ରାପରେ କଳସ ଅଧିବାସ ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଯଜ୍ଞ ମଣ୍ଡପରେ ଶାଳା ସଂସ୍କାର, ଯଜ୍ଞାରମ୍ଭ, ଦେବାଦେବୀଙ୍କର ଆବାହନ,ମୁଖ୍ୟ ଦେବତାଙ୍କର ସଂକ୍ଷିପ୍ତ ଉପଚାର, ଅଗ୍ନିସ୍ଥାପନ ପୂଜା ହୋଇଥିବା ବେଳେ ସନ୍ଧ୍ୟାରେ ରେମଣ୍ଡା ଓ ତଲାବିରା କୃଷ୍ଣଗୁରୁ ପରିବେଷିତ ହୋଇଥିଲା ।

ପୁରୋହିତ ପଣ୍ଡିତ ପଦ୍ମପାଣି ମହାପାତ୍ର, ବିଶ୍ୱଜିତ ମହାପାତ୍ରଙ୍କ ସମେତ ସହଯୋଗୀ ପଣ୍ଡିତ ଏବଂ କର୍ତ୍ତୀକର୍ତ୍ତା ରୂପେ ସପତ୍ନିକ ୧୧ ଯୋଡ଼ା ଡ଼ା. ଭଦ୍ରା ସୁମା ମିଶ୍ର ଓ ଅନିଲ କୁମାର ମିଶ୍ର , ମୈଥିଳୀ ଓ ନିରଞ୍ଜନ ନାଏକ, କୋରା ଶ୍ରୀଲକ୍ଷ୍ମୀ ଓ କୋରା ଭରପ୍ରସାଦ, ସୁରତି ଓ ଖିରେନ୍ଦ୍ର ପ୍ରଧାନ, ସୁଷମା ଓ ବାଳକୃଷ୍ଣ ସାହୁ, ଅନିମା ଓ ଅଶୋକ ମିଶ୍ର, କେ. ହେମାବତି ଓ କେ.ଶ୍ରୀହରି, କେ.ଲକ୍ଷ୍ମୀ ଶ୍ୟାମଲା ଓ କେ.ଶ୍ରୀନିବାସ, ସନ୍ତୋଷିନି ଓ ଫକୀର କର୍ଣ୍ଣ, ରୀତାଞ୍ଜଳି ଓ ବେଣୁଧର ବେହେରା ଏବଂ ସୋନୁ ଓ ଦଶରଥ ଚୌଧୁରୀ କର୍ତ୍ତୀ କର୍ତ୍ତା ଦାୟୀତ୍ବ ତୁଲାଇଥିଲେ । କଳସ ଯାତ୍ରାରେ ଗୋଡ଼ଭଗା ଏବଂ କଳାମାଟି ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ସହଯୋଗ କରିଥିଲେ । ଗତକାଲି ଘୁଡୁକାଟିକ୍ରାରୁ ମଉଳା ଭାର ଅଣାଯାଇଥିଲା । ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

ଆସନ୍ତାକାଲି ୨୫ତାରିଖ ଶୁକ୍ରବାର ଯଜ୍ଞ ମଣ୍ଡପରେ ପ୍ରାତଃସ୍ମରଣ ବେଦପାଠ,ଗୋପୂଜା, ସୂର୍ଯ୍ୟପୂଜା, ଯୁପାଧ୍ଵବାସ, ଯୁପସ୍ନାନ, ଶିଖରୀସ୍ନାନ,ନବନିର୍ମିତ ମୂର୍ତ୍ତିମାନଙ୍କର ଶସ୍ୟାଧିବାସ,ପ୍ରାସାଦ ଅଧିବାସ, ମୂଳମନ୍ତ୍ର ହୋମ,ବିଷ୍ଣୁସହସ୍ରନାମ ହୋମ ହେବାକୁ ଥିବା ବେଳେ ମଧ୍ୟାହ୍ନରେ ଢେଙ୍କାନାଳର ମାଁ ମଙ୍ଗଳା ପରିଷଦ ମହିଳା ପାଲା ଏବଂ ସନ୍ଧ୍ୟାରେ ହୃଷିକେଶ ଭୋଇଙ୍କ ନେତୃତ୍ୱରେ ମୁରାସୁର ଦରବାର ଉଦଘାଟିତ ହେବ l


Leave a Reply

Your email address will not be published. Required fields are marked *

error: Content is protected !!