ଆଜି ନାଗରିକ ସୁରକ୍ଷା ମକଡ୍ରିଲ୍ : ବାଜିବ ଯୁଦ୍ଧ ସାଇରନ

0

ନୂଆଁଦିଲ୍ଲୀ, 7/5(ସଂସ୍କୃତି ମିଡ଼ିଆ)- ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ମେ ୭ ତାରିଖରେ ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛି । ମେ ୭ ତାରିଖ ଅର୍ଥାତ୍ ଆଜି ବୁଧବାର ଭାରତ ୨୪୪ଟି ନିର୍ଦ୍ଦିଷ୍ଟ ଜିଲାରେ ଜାତୀୟ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରିବ। ଏହି ପଦକ୍ଷେପ ଏପ୍ରିଲ ୨୨ ପାହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆଶା ଏବଂ ଭାରତ-ପାକିସ୍ତାନ ସୀମାରେ ଉଚ୍ଚ ସୁରକ୍ଷା ସତର୍କତା ମଧ୍ୟରେ ହେଉଛି। ଆଜି ନାଗରିକ ସୁରକ୍ଷା ମକଡ୍ରିଲ୍ l ଅପରାହ୍ନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍ l ‘ଆଜି ବାଜିବ ଯୁଦ୍ଧ ସାଇରନ୍ ’। ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ୭ ତାରିଖ, ବୁଧବାର ଅପରାହ୍ନ ଠିକ୍ ୪ଟା । ସେତିକିବେଳେ ଦେଶବ୍ୟାପୀ ଗର୍ଜିବ ସାଇରନ୍ । ପହଲଗାମ୍ ଆତଙ୍କୀ ନରସଂହାର ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଭଳି ସମ୍ଭାବ୍ୟ ଯୁଦ୍ଧ ସ୍ଥିତି ଉପୁଜିଛି । ପାକିସ୍ତାନ ବିରୋଧରେ ଯୁଦ୍ଧ ଆସନ୍ନ, ତା ପୂର୍ବରୁ ଆଜି ଅପରାହ୍ନ ୪ଟାରେ ବାଜିବ ସାଇରନ୍ । ସମ୍ଭାବ୍ୟ ଶତ୍ରୁ ଆକ୍ରମଣ ବେଳେ ସାଧାରଣ ଲୋକେ କେମିତି କରିବେ ନିଜର ଆତ୍ମରକ୍ଷା, ଏହି ପ୍ରଶିକ୍ଷଣ ଦେବାକୁ ଅପରାହ୍ନ ଠିକ୍ ୪ଟାରେ ଗର୍ଜିବ ଦେଶବ୍ୟାପୀ ସାଇରନ୍ । ଓଡ଼ିଶାର ୧୨ ସ୍ଥାନ ସହ ଦେଶର ୨୪୪ ଜିଲ୍ଲାକୁ ଏଥିପାଇଁ ଆସିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମକଡ୍ରିଲ୍ ନିର୍ଦ୍ଦେଶ ।
ଓଡ଼ିଶାର ୧୨ଟି ସ୍ଥାନ ମଧ୍ୟରୁ ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳକୁ ସ୍ଥାନ ନିରୂପଣ କରାଯାଇଛି l ଆଜି ଅପରାହ୍ନ ୪ଟାରେ ସାରା ଦେଶରେ ବାଜିବାକୁ ଥିବା ସାଇରନ ଏହି ହୀରାକୁଦରେ ଵି ଗର୍ଜିବ l ଓଡ଼ିଶାର ଭୁବନେଶ୍ୱର, ବାଲେଶ୍ୱର, ଗୋପାଳପୁର, ହୀରାକୁଦ, ରାଉରକେଲା, ତାଳଚେର, କୋରାପୁଟ, ଧାମରା, ଢେଙ୍କାନାଳ, ପାରାଦୀପ, କେନ୍ଦ୍ରାପଡା ଓ ପୁରୀ ଆଦି ୧୨ଟି ସ୍ଥାନରେ ଏହି ମକ ଡ୍ରିଲ ଅନୁଷ୍ଠିତ ହେବ।
ସେଥିପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ୭ ତାରିଖ, ବୁଧବାର ଅପରାହ୍ନ ଠିକ୍ ୪ଟା । ସେତିକିବେଳେ ଦେଶବ୍ୟାପୀ ଗର୍ଜିବ ସାଇରନ୍ । ପହଲଗାମ୍ ଆତଙ୍କୀ ନରସଂହାର ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଭଳି ସମ୍ଭାବ୍ୟ ଯୁଦ୍ଧ ସ୍ଥିତି ଉପୁଜିଛି । ସେ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ଏହି ସାଇରନ୍ । ଶତ୍ରୁ ଆକ୍ରମଣ ବେଳେ କେମିତି ସାଧାରଣ ଲୋକେ କରିବେ ନିଜ ଆତ୍ମରକ୍ଷା? ଯୁଦ୍ଧ ହେଲେ କେଉଁଠି ରହିବେ ? ଗୁଳିଗୋଳା ଓ ବୋମା ବର୍ଷଣ ସମୟରେ କୁଆଡ଼େ ଯାଇ ଲୁଚିବେ ? ଏସବୁ ଅଭ୍ୟାସ ସହ ମକଡ୍ରିଲ୍ ମାଧ୍ୟମରେ ଦେଶବାସୀଙ୍କୁ ୩୦ ମିନିଟ୍ ଧରି କରାଯିବ ସଚେତନ ।

ଯୁଦ୍ଧ ସାଇରନ କଣ?

ଏହା ଏକ ଆଲାରାମ୍ ପ୍ରଣାଳୀ ଯାହାକି ବିପଦ ସମୟରେ ଲୋକଙ୍କୁ ସଚେତନ କରିବା ଲାଗି ବ୍ୟବହାର କରାଯାଇଥାଏ
-ଏହି ସାଇରନର ଶବ୍ଦ ଖୁବ୍ ତୀବ୍ର ହୋଇଥାଏ, ଯାହାକି ବହୁତ ଦୂର ଯାଏଁ ଶୁଣାଯାଏ
-ସାଇରନର ଶବ୍ଦ ତଳ-ଉପର ହୋଇଥାଏ, ଯଦ୍ବାରା ଗାଡ଼ିର ହର୍ଣ୍ଣ କିମ୍ବା ଆମ୍ବୁଲାନ୍ସର ଶବ୍ଦଠାରୁ ଭିନ୍ନ ଅନୁଭବ କରିହୁଏ
-ଯୁଦ୍ଧ, ଏୟାରଷ୍ଟ୍ରାଇକ୍ କିମ୍ବା କୌଣସି ବଡ଼ ବିପଦ ସମୟରେ ଲୋକଙ୍କୁ ସଚେତନ କରିବା ଲାଗି ଏହି ସାଇରନ୍ ବଜାଯାଇଥାଏ
-ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ବିପଦ ଆଶଙ୍କାରୁ ସଜାଗ କରିବା ଏବଂ ସମୟ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଯିବା ଲାଗି ପ୍ରସ୍ତୁତ ହେବା
-ଏହି ସାଇରନର ତୀବ୍ରତା ୧୨୦ରୁ ୧୪୦ ଡେସିବଲ୍ ପର୍ଯ୍ୟନ୍ତ ହୋଇଥିବାରୁ ୨ରୁ ୫ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଏହା ଶୁଣାଯାଏ l


Leave a Reply

Your email address will not be published. Required fields are marked *

error: Content is protected !!