ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 42;


ଅତାବିରା, 23/6(ସଂସ୍କୃତି ମିଡ଼ିଆ)-ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସ୍ପାଇନଲ ଅସ୍ତ୍ରୋପଚାର ହୋଇଛି। ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ସୋମବାର ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରଣ୍ଡା ସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବ ମନ୍ଦିରରେ ବିଜେଡି ପକ୍ଷରୁ ସତନ୍ତ୍ର ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ବଳିତ କରାଯାଇଛି। ବିଜେଡିର ବହୁ ନେତା କର୍ମୀ ସାମିଲ ହୋଇ ସାମୁହିକ ଦୀପଦାନ କରିଥିଲେ।

ପ୍ରାକ୍ତନ ମନ୍ତ୍ରୀ ତଥା ଅତାବିରାର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରସ୍ତାବ କ୍ରମେ ଅତାବିରା ବ୍ଲକ ଓ ଏନଏସି ବିଜୁ ଜନତା ଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ଓ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସରଣ୍ଡା ବିଶ୍ୱେଶ୍ୱର ବାବା ଅଷ୍ଟଶମ୍ଭୁ ଶୈବ ପୀଠ ପରିସରରେ ସାମୂହିକ ଦୀପଦାନ ପୂର୍ବକ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏଥିରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆଙ୍କ ସମେତ ଅତାବିରା ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଜିଲାପରିଷଦ ସଭ୍ୟ ରଣଜିତ ସାହୁ, ସୁଦାମ ଜାଲ, ଶମ୍ଭୁନାଥ ସେଠ, ସତ୍ୟଜିତ ପୁରୋହିତ, କାଉନସିଲର ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ସାମୂହିକ ଦୀପ ଦାନ କରିଥିଲେ l ସରଣ୍ଡାର ପ୍ରଶାନ୍ତ ମିଶ୍ର, ମନ୍ଦିର କମିଟି ସଭାପତି ସଚ୍ଚିଦାନନ୍ଦ ମିଶ୍ର, ସଭ୍ୟ ମନୋଜ ମହାପାତ୍ର, ଗୁଣନିଧି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ପୂଜକ ପ୍ରଫୁଲ୍ଲ ମହାପାତ୍ର ପୂଜା ପାଠ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!