ଅତାବିରା ବିଧାୟକଙ୍କୁ ୭ ଦଫା ଦାବୀ ନେଇ ଅବଗତ କରାଇଲା ଡ୍ରାଇଭର ସଂଘ / ଅଣଦେଖା କଲେ ଜୁଲାଇ ୮ ରୁ ଷ୍ଟିଅରିଂ ଛାଡ଼

0

ଅତାବିରା, ୧୬/୬(ସଂସ୍କୃତି ମିଡ଼ିଆ)-ଓଡ଼ିଶା ଡ୍ରାଇଭର ମହାସଂଘର ବରଗଡ଼ ଜିଲା ଅତାବିରା ବିଧାନସଭା ଅଧୀନ ଅତାବିରା ଓ ଭେଡେନ ବ୍ଲକ ଶାଖା ପକ୍ଷରୁ ୭ ଦଫା ଦାବୀ ନେଇ ଗୋଡ଼ଭଗା ସମଲେଇ ମନ୍ଦିର ସଭା କକ୍ଷରେ ଅତାବିରା ବିଧାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ସୋମବାର ବହୁ ଦିନରୁ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଉପାୟ ମାଧ୍ଯମରେ ବାରମ୍ବାର ସରକାରଙ୍କୁ ଅବଗତ କରି ଆସୁଛନ୍ତି l ହେଲେ ଗୋଟିଏ ମାତ୍ର ସମସ୍ୟା ପୂରଣ ହୋଇଛି l ଯାହାକି ଡ୍ରାଇଭର ସମାଜ ପାଇଁ ଯଥେଷ୍ଟ ନୁହେଁ । ଆହୁରି ୬ଗୋଟି ମୁଖ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ଏଥି ନିମନ୍ତେ ମହାସଂଘ ବାରମ୍ବାର ସରକାରଙ୍କ ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ସେମାନଙ୍କ କୌଣସି କଥାକୁ କର୍ଣ୍ଣପାତ କରୁ ନାହାଁନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି l ଯାହାଦ୍ବାରା ମହାସଂଘ ବାଧ୍ୟ ହୋଇ ଶେଷ ଥର ପାଇଁ ମାର୍ଚ୍ଚ ୨୯ ତାରିଖ ଠାରୁ ଦୀର୍ଘ ୬ଦିନ ପର୍ଯ୍ୟନ୍ତ ଲୋୟର୍ ପିଏମ୍‌ଜିରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ତଥାପି କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ । ଯାହାଦ୍ଵାରା ଡ୍ରାଇଭରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଅଛି l ସମସ୍ତ ଡ୍ରାଇଭରମାନଙ୍କ ଗୋଟିଏ ନିଷ୍ପତି ଯେ, ଆଗାମୀ ଏକମାସ ମଧ୍ୟରେ ଯଦି ସରକାର ସମସ୍ୟାର ସମାଧାନ ନ କରି, ଡ୍ରାଇଭରମାନଙ୍କ ସମସ୍ୟା ପ୍ରତି ଅଣଦେଖା କରନ୍ତି, ତା’ହେଲେ ଆସନ୍ତା ଆସନ୍ତା ଜୁଲାଇ ୮ ତାରିଖରୁ କୌଣସି ଡ୍ରାଇଭର ଗାଡ଼ି ଚଲେଇବେ ନାହିଁ ଏବଂ ଷ୍ଟିଅରିଂ ଛାଡ଼ିବୁ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ସରକାରଙ୍କୁ ଅସହଯୋଗ କରିବା ପାଇଁ ନିଷ୍ପତି ନେଇଅଛୁ, ଯାହାଦ୍ବାରା ପରିବହନ ବ୍ୟବସ୍ଥାରେ ବାଧାପ୍ରାପ୍ତ ହେବା ସହିତ ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ରହିଛି । ଯଦି ସେହି ସମୟ ମଧ୍ୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜେ କିମ୍ବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେଥ‌ିପାଇଁ ସରକାର ଦାୟୀ ରହିବେ ବୋଲି ମଧ୍ୟ ସ୍ମାରକ ପତ୍ରରେ ସଂଘ ପକ୍ଷରୁ ସ୍ୱଷ୍ଟ କରାଯାଇଛି l

ଅନ୍ୟ ପଟେ ସରକାରଙ୍କୁ ଉକ୍ତ ସମସ୍ୟାଗୁଡ଼ିକ ସମାଧାନ କରିବା ଦିଗରେ ସହଯୋଗ କରିବାକୁ ସେମାନେ ନିବେଦନ ମଧ୍ୟ କରିଛନ୍ତି l ସେମାନଙ୍କ ସ୍ମାରକ ପତ୍ରରେ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର ୱେଲଫାର ବୋର୍ଡ଼ସ ରେ ଅଟୋ ଡ୍ରାଇଭରମାନଙ୍କୁ ସାମିଲ କରିବା, ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି କରିବା, ବୃଦ୍ଧିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସରେ ସତନ୍ତ୍ର ଭତ୍ତା ପ୍ରଦାନ କରିବା, ଗାଡ଼ିଗୁଡ଼ିକ ପାର୍କ’ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବା ପାଇଁ ଆବଶ୍ୟକତା କର୍କିଂ ସହିତ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ପ୍ରତି ୧୦୦ କିଲୋମିଟର ଅନ୍ତରରେ କରିବା, ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ୭୦% ଓଡ଼ିଶାର ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧ‌ିକାର ଦିଆଯିବା, ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯିବା । ଗାଡ଼ିର କାଗଜପତ୍ର ଯାଞ୍ଚ କରିବା କ୍ଷମତାକୁ ପୋଲିସ୍ ବିଭାଗକୁ ଦିଆ ନ ଯିବା ଆଦି ବିଭିନ୍ନ ସ୍ମାରକ ପତ୍ରରେ ଦାବୀ ଉଲ୍ଲେଖ ରହିଛି l ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ଗୋଡ଼ଭଗାରେ ସାକ୍ଷାତ କରି ଦାବୀ ପତ୍ର ଦେବା ସମୟରେ ଭେଡେନ ଶାଖାର ଉପ ସଭାପତି ବୁଲୁ ବଗର୍ତ୍ତି, ସମ୍ପାଦକ ଅନ୍ତର୍ଯ୍ୟାମୀ ନାୟକ, କୋଷାଧ୍ୟକ୍ଷ ପ୍ରେମରାଜ ମେହେର,କାଳିଆ ବନଛୋର, ଉପଦେଷ୍ଟା ମନୋଜ ଗୁରାଣ୍ଡି, ଜୟଲାଲ ପ୍ରଧାନ, ଡ଼ଗର ମହାକୁର, ହିତବନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଏନେଇ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ପଚାରିବାରୁ ‘ ଓଡ଼ିଶା ଡ୍ରାଇଭର ମହାସଂଘ ର ଅତାବିରା ଓ ଭେଡେନ ଶାଖା ସଦସ୍ୟ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ସ୍ମାରକ ପତ୍ର ଦେଇଛନ୍ତି l ସେମାନେ କରିଥିବା ଦାବୀ ଗୁଡିକୁ ସରକାରଙ୍କ ଠାରେ ଆଲୋଚନା କରିବି ବୋଲି କହିଥିଲେ l

ଏହି ଖବରର ଭିଡ଼ିଓ ନିଉଜ ଦେଖିବା ପାଇଁ ସଂସ୍କୃତି ମିଡ଼ିଆ – sanskritimedia ନିଉଜ ଚ୍ୟାନେଲର ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ

👇👇👇👇👇👇👇👇👇👇👇👇👇👇

 


Leave a Reply

Your email address will not be published. Required fields are marked *

error: Content is protected !!