ଯଥା ପୂର୍ବଂ ତଥା ପରଂ ଧାନ କିଣାରେ ତୁଟୁ ନାହିଁ ଅବ୍ୟବସ୍ଥା ଚିନ୍ତା ପ୍ରକଟ କଲେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: video;hw-remosaic: false;touch: (-1.0, -1.0);sceneMode: 0;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 45;


ଅତାବିରା, 23/6(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବାକୁ ବସିଲାଣି । ଅଥଚ ପ୍ରାରମ୍ଭରୁ ଆଜି ଯାଏଁ ଧାନ କିଣାବିକାରେ ଅଚଳାବସ୍ଥା ସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ବିକ୍ରି ଅପେକ୍ଷାରେ ପଡ଼ି ରହିଛି। ଅନୁରୂପଭାବେ ବିକ୍ରି ପାଇଁ ଅନେକ ଚାଷୀ ସେମାନଙ୍କ ଅମଳ ଧାନ ଘରେ ଓ ଖଳାରେ ରଖିଛନ୍ତି। କିନ୍ତୁ ମଣ୍ଡିରେ ଧାନ ଉଠାଯାଉ ନ ଥିବାବେଳେ ଚାଷୀ ମଣ୍ଡିକୁ ଆଣୁଥିବା ବିକ୍ରିଯୋଗ୍ୟ ଧାନକୁ ମଧ୍ୟ ଏଣ୍ଟ୍ରି କରାଯାଉ ନ ଥିବା ଅଭିଯୋଗ ହୋଇଛି। କଟନୀ ଛଟଣୀରେ ରାଜି ନ ହେଲେ ମଣ୍ଡିରୁ ଚାଷୀଙ୍କ ଧାନ ଉଠୁ ନାହିଁ l ଅନ୍ୟ ପକ୍ଷରେ ମୌସୁମୀ ବର୍ଷା ମାଡ଼ି ଆସିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ମଣ୍ଡିରେ ପଡ଼ିଥିବା ଧାନ ତଳିଆ ବର୍ଷା ପାଣିରେ ଧାନ ବସ୍ତା ଭିଜି ଗଜା ହୋଇ ଗଲାଣି l ତଥାପି ଚାଷୀଙ୍କ ଧାନ ଉଠାଯାଉନାହିଁ l ଟୋକାନ ବ୍ୟବସ୍ଥାରେ ଲାପ୍ସ ହେବାକୁ ଥିବା ଚାଷୀଙ୍କ ଗୋଟିଏ ସପ୍ତାହ ପାଇଁ ବଢ଼ାଯାଇଛି l ହେଲେ ଗତ ମାସେ ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷାରେ ଥିବା ବେଳେ ତାଙ୍କ ଧାନ ଉଠାଯାଇ ପାରି ନାହିଁ ଅଥଚ ସପ୍ତାହେ ବଢ଼ାଇ ପ୍ରଶାସନ ନିଜ ଅପାରଗତକୁ ସ୍ୱୀକାର କରୁଛି ବୋଲି କେତେକ ଚାଷୀ ଅଭିଯୋଗ କରିଛନ୍ତି l ଏହି ସବୁ ଅଭିଯୋଗ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ସୋମବାର ଅତାବିରା ମଣ୍ଡି ପରିଦର୍ଶନ ବେଳେ ଚାଷୀମାନେ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଚଳିତ ବର୍ଷ ବିରୋଧି ବିଜେଡ଼ି ଦଳ ପକ୍ଷରୁ ସୋମବାର ପ୍ରଥମ କରି ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମାର୍କେଟ ପରିଦର୍ଶନ କରିଛନ୍ତି l ପରିଦର୍ଶନ ସମୟରେ ଅଦ୍ଭୁତପୂର୍ବ ଭାବେ ଅହେତୁକ ଚାଷୀଙ୍କ ଲକ୍ଷାଧିକ ଧାନ ମଣ୍ଡି ଗୁଡିକରେ ପଡ଼ିଥିବା ଦେଖି ଆଚସ୍ମିତ ହୋଇ ପଡ଼ିଥିଲେ l ରବିବାର ସନ୍ଧ୍ୟା ସୁଦ୍ଧା କେବଳ ଅତାବିରା ମଣ୍ଡିରେ ୫୫ହଜାର ୯ଶହ ୮୮ ପ୍ୟାକେଟ ଧାନ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ l ମୁଖ୍ୟ ମଣ୍ଡିରେ ଏଭଳି ଅଭାବୀ ବିକ୍ରି ତାଙ୍କ ୧୫ ବର୍ଷ ରାଜନୈତିକ ଜୀବନରେ ଦେଖି ନ ଥିଲେ କି ସାମ୍ନା କରି ନ ଥିଲେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ l ଆଜି ପ୍ରଥମ କରି ଅତାବିରା ଇତିହାସରେ ନୂଆଁ ରେକର୍ଡ ସୃଷ୍ଟି ହୋଇଛି ଯାହାକି କେବେ ହୋଇ ନ ଥିଲା l ମାର୍କେଟ ୟାର୍ଡ଼ରେ ଚାଷୀଙ୍କ ଏତେ ଧାନ ଭର୍ତ୍ତି ହୋଇଛି ଯେ ପ୍ରଶାସନକୁ ସୋମବାର ସପ୍ତାହିକ ବଜାରକୁ ବନ୍ଦ କରିବାକୁ ପଡିଲା l ଏ ସବୁ ଦେଖି ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ସମସ୍ତ ଚାଷୀଙ୍କ ସାମ୍ନାରେ ଅତାବିରା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶଶାଙ୍କ ଶେଖର ସାହାଣୀ, ମଣ୍ଡି ପରିଚାଳକ ଲିଙ୍ଗରାଜ ସୁନା ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଡକାଇ ମଣ୍ଡି ଅବସ୍ଥାରେ ସୁଧାର କରି ଚାଷୀଙ୍କ ସବୁ ଧାନ କିଣିବା, ଯେଉଁ ଚାଷୀଙ୍କ ଟୋକନ ଲାପ୍ସ ହେବାକୁ ଯାଉଛି ବା ଯେଉଁ ଦିନ ଯେତିକି ଟୋକନ ଅଛି ସେହି ଦିନ ଯେପରି ଧାନ ଉଠିବ ତାହା କରିବାକୁ କହିଥିଲେ l ଏହାର ଖିଲାଫ ହେଲେ ଚାଷୀ ଯେଭଳି ଭାବେ ଆନ୍ଦୋଳନକୁ ଓଲ୍ଲାଇବେ ସେଥିରେ ସେ ନିଜେ ସମର୍ଥନ କରି ଆନ୍ଦୋଳନରେ ବସିବେ ଆଉ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି l ଏଥିରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆଙ୍କ ସମେତ ଅତାବିରା ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଜିଲାପରିଷଦ ସଭ୍ୟ ରଣଜିତ ସାହୁ, ସୁଦାମ ଜାଲ, ଶମ୍ଭୁନାଥ ସେଠ, ସତ୍ୟଜିତ ପୁରୋହିତ, କାଉନସିଲର ନାରାୟଣ ସାହୁ, ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଳିଙ୍ଗ ଓ ଅନ୍ୟମାନେ ଯୋଗ ଦେଇ ମଣ୍ଡି ପରିଦର୍ଶନ କରିଥିଲେ l

ସୂଚନା ଅନୁଯାୟୀ, ଗତ ମେ’ ୧୪ ତାରିଖରୁ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ମେ’ ମାସ ଶେଷ ସପ୍ତାହରେ ଅଦିନିଆ ବର୍ଷା ହେବା ଯୋଗୁ ଧାନ କିଣାବିକା ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଧାନ ଉଠାଣ ପ୍ରକ୍ରିୟା ମଧ୍ୟ ଶିଥିଳ ହୋଇ ପଡ଼ିଥିଲା। ମଣ୍ଡିଗୁଡ଼ିକୁ ଯେଉଁ ପରିମାଣରେ ଧାନ ଆସୁଥିଲା, ସେହି ଅନୁପାତରେ ଧାନ ଉଠାଣ ହେଉ ନ ଥିବାରୁ ପରିସ୍ଥିତି ଦିନକୁ ଦିନ ଜଟିଳ ହୋଇ ପଡ଼ିଥିଲା। ଅନ୍ୟପଟେ ମଣ୍ଡିକୁ ନ ଆସି ବେପାରୀ ମାଧ୍ୟମରେ ସିଧାସଳଖ ବିଭିନ୍ନ ରାଇସ୍‌ ମିଲ୍‌କୁ ଧାନ ଯାଉଥିବା ଏବଂ ତାକୁ ପରବର୍ତ୍ତୀ ସମୟରେ ଫଲ୍ସଏଣ୍ଟ୍ରି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏଭଳିଭାବେ ଛତିଶଗଡ଼ର ବହୁ ପରିମାଣର ଧାନ ବିଭିନ୍ନ ରାଇସ୍‌ ମିଲ୍‌ରେ ପୂରି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଜିଲାର ଚାଷୀମାନଙ୍କ ବହୁ ପରିମାଣରେ ଧାନ ମଣ୍ଡି ଏବଂ ଖଳାରେ ବିକ୍ରି ଅପେକ୍ଷାରେ ପଡ଼ି ରହିଛି। କିନ୍ତୁ ବିଭିନ୍ନ ଆଳ ଦେଖାଇ ଖଳାରେ ପଡ଼ିଥିବା ଧାନକୁ ମଣ୍ଡିରେ ଏଣ୍ଟ୍ରି କରି ଦିଆଯାଉ ନ ଥିବାବେଳେ ମଣ୍ଡିରେ ପଡ଼ିଥିବା ଧାନକୁ ଉଠାଯାଉ ନ ଥିବା ଅଭିଯୋଗ ହୋଇଛି। କେତେବେଳେ କଟନୀଛଟନୀ ତ ଆଉକେବେ ମିଲର୍ସଙ୍କ ଆଲଟ୍‌ମେଣ୍ଟ୍‌ ପୂରି ଯାଇଥିବା ଏବଂ ଧାନକିଣା ପାଇଁ ଟ୍ୟାଗ୍‌ ନ ଥିବା ବିଭାଗୀୟ କର୍ମଚାରୀମାନେ ସଫେଇ ଦେଉଛନ୍ତି ବୋଲି ଚାଷୀମାନେ କହିଛନ୍ତି। ତେବେ ବୁଧବାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ ଅତାବିରା, ମନାପଡ଼ା, ଲରମ୍ଭା, ପାହାଡ଼ଶ୍ରୀଗିଡ଼ା ସମେତ ଅନ୍ୟ ଆର୍‌ଏମ୍‌ସିର ବିଭିନ୍ନ ମଣ୍ଡିରେ ସେଭଳି ପରିସ୍ଥିତି ଉପୁଜିଥିଲା। ଫଳରେ ଚାଷୀ ଅସନ୍ତୋଷ ଦେଖାଯାଇଛି l ଗତ କିଛିଦିନ ତଳେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଧାରଣାରେ ମଧ୍ୟ ବସିଥିଲେ। ତଥାପି ଯଥା ପୂର୍ବଂ ତଥା ପରଂ ହୋଇ ପଡିଛି l

ଆଜି ସୋମବାର ସନ୍ଧ୍ୟା ୬ଟା ଯାଏଁ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସମସ୍ତ ମଣ୍ଡିରେ ମୋଟ ୬୨ ଲକ୍ଷ ୭୬ହଜାର ୨୨୫ ପ୍ୟାକେଟ ଧାନ ଆସିଥିବା ବେଳେ ୫୫ ଲକ୍ଷ ୮୪ହଜାର ୮୩୩ ପ୍ୟାକେଟ ଧାନ ଉଠିଛି l ଫଳରେ ଏବେ ମଧ୍ୟ ମଣ୍ଡି ଗୁଡିକରେ ୬ଲକ୍ଷ ୯୧ହଜାର ୩୯୨ ପ୍ୟାକେଟ ଧାନ ପଡ଼ିରହିଛି । ଗତ ରବି 2023-24 ବର୍ଷ ରେ ଆଜିର ଦିନରେ କେବଳ ୨୯ହଜାର ୫୪୪ ପ୍ୟାକେଟ ବିଭିନ୍ନ ମଣ୍ଡିରେ ପଡ଼ି ରହିଥିଲା l ତେବେ ବର୍ତ୍ତମାନ ୭ଲକ୍ଷରୁ ପାଖାପାଖି ପ୍ୟାକେଟ ଧାନ ପଡ଼ି ରହିବା ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି l


Leave a Reply

Your email address will not be published. Required fields are marked *

error: Content is protected !!