କାଠଡେରା ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ

0

କାଠଡେରା ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ

୮୬ ବର୍ଷରେ କାଠଡେରା ରଥଯାତ୍ରା

୬ଟି ଗ୍ରାମରୁ ରଥ ଆସି କାଠଡେରାରେ ସମ୍ମିଳିତ ହେବେ

୧୧ଦିନ ଧରି ଚଳିବ ଯାତ୍ରା ମହୋତ୍ସବ

ଜୁଲାଇ ୩-୪ ଲୋକ ମହୋତ୍ସବ

ଖବରଦାତା ସମ୍ମିଳନୀରେ ସୂଚନା

ଅତାବିରା, ୨୫/୬(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ କାଠଡେରାର ରଥଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ୧୧ ଦିନ ଧରି ଚଳିବ ଯାତ୍ରା ମହୋତ୍ସବ ବୋଲି ବୁଧବାର ଗୁଣ୍ଡିଚା ଦେବୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି l

l

କାଠଡେରା ଶ୍ରୀ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି l ୧୯୪୦ ମସିହାରୁ ଅନୁଷ୍ଠିତ ହୋଇ ଆସୁଥିବା ଏହି ଯାତ୍ରା ମହୋତ୍ସବ ୮୫ ବର୍ଷ ପୂରଣ ହୋଇ ୮୬ ତମ ରଥଯାତ୍ରା ହେବାକୁ ଯାଉଛି l ଆଷାଡ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ଆସନ୍ତା ୨୭ ତାରିଖ ଶୁକ୍ରବାର ଅତାବିରା ବ୍ଲକର ୪ଟି ଗ୍ରାମ ପଞ୍ଚାୟତର ଲଚିଦା, କତାବଗା, ହିଲ୍ଲିପାଲି, ଲୁରୁପାଲି, ଟିଙ୍ଗିପାଲି, ଭୁର୍ଷିପାଲି ୬ଟି ଗ୍ରାମରୁ ନିଜ ନିଜ ଶ୍ରୀମନ୍ଦିରରୁ ଜଗତର ନାଥ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାଁ ସୁଭଦ୍ରା ରଥରେ କାଠଡେରା ମାଉସୀ ମାଁ ଗୁଣ୍ଡିଚା ଦେବୀଙ୍କ ମନ୍ଦିରକୁ ଆସିବେ l ପ୍ରତ୍ୟେହ ରୀତିନୀତି ପୂର୍ବକ ପୂଜାପାଠ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଜୁଲାଇ ୭ ତାରିଖ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ l
୨୭ ତାରିଖ ଦ୍ବିତୀୟା ଦିନ ଘଣ୍ଟ ବାଦ୍ୟ ସହ ସଞ୍ଚାର ୨୮ ତାରିଖ ତୃତୀୟା ଦିନ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀଙ୍କ ନୃତ୍ୟ ଗୀତ ପରିବେଷଣ ସଙ୍ଗେ ସଞ୍ଚାର, ୨୯ ତାରିଖ ଚତୁର୍ଥୀରେ ସଞ୍ଚାର ଓ ବନବସାପାଲିର ଜ୍ୟୋତି ସାହୁ ଏବଂ ବୁଡାମାଲର ନିକିତା ସରିତା ମହିଲା ସଂକୀର୍ତ୍ତନ୍ ଦଳ, ୩୦ ତାରିଖ ପଞ୍ଚମୀରେ ସଞ୍ଚାର ସହ ରେମଣ୍ଡା ର ବୁଲୁ ଶତପଥି ଓ ବ୍ରହ୍ମଚାରୀର ଆକାଶ ବାଗ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ, ଜୁଲାଇ ୧ରେ ନୀତିଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ସଚିଦାନନ୍ଦ ପଣ୍ଡା, ଶିଶିର ପୁରୋହିତ୍ ଜ୍ୟୋତିର୍ଲିନା ପଣ୍ଡା, ହରିଲାଲ୍ ସାହୁ ଏବଂ ରଞ୍ଜିତ୍ ପଧାନଙ୍କ ହାସ୍ୟକବି ସମ୍ମିଳନୀ, ୨ତାରିଖ ସପ୍ତମୀରେ ବର୍ଷାରାଣୀ ତ୍ରିପାଠୀଙ୍କ ପାରାୟଣ, ୩ ତାରିଖ ଅଷ୍ଟମୀରେ ଲୋକ ମହୋତ୍ସବ- ବିଶେଷ ଆକର୍ଷଣ- କଲାଜିବି, ବରଗଡ଼ ଗାୟିକା ପଦ୍ମଶ୍ରୀ ଖଟେଇ ଆର ଦଲ୍, ୪ତାରିଖ ନବମୀ-ଲୋକ ମହୋତ୍ସବ- ରୁମକୁଝୁମାନା ସୁବର୍ଣ୍ଣପୁର ଗାୟକ ଶାଶ୍ବତ୍ ତ୍ରିପାଠୀ, ଗାୟିକା ଚୁମକି ପାଢ଼ୀ ଓ ସାଥି, ୫ ତାରିଖ ଦଶମୀରେ ସମ୍ପ୍ରଦା ସାଂସ୍କୃତିକ କାର୍ଯ୍ୟକ୍ରମ, ୬ ତାରିଖ ଏକାଦଶୀ ରେ ଗାୟକ ଉମାକାନ୍ତ ବାରିକଙ୍କ ସମ୍ବଲପୁରି ଅର୍କେଷ୍ଟ୍ରା ଅନୁଷ୍ଠିତ ହେବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଥିଲା l ଜୁଲାଇ ୭ ତାରିଖ ସୋମବାର ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ l ଖବରଦାତା ସମ୍ମିଳନୀରେ ସଭାପତି ପଞ୍ଚାନନ ତ୍ରିପାଠୀ, ଉପ – ସଭାପତି ପ୍ରତାପ ଗର୍ତିଆ, ସମ୍ପାଦକ ଅଜିତ ପତି ଏବଂ କୋଷାଧ୍ୟକ୍ଷ ବୀରେନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚସିନ ଥିବା ବେଳେ ୬ଟି ଗ୍ରାମର ୩୫ ଜଣ ଆବାହକ ଉପସ୍ଥିତ ଥିଲେ l

Press meet | କାଠଡେରା ରଥଯାତ୍ରା | ବ୍ୟପକ ପ୍ରସ୍ତୁତି | କେବେ କଣ କଣ ହେବ ନିଜେ ଦେଖନ୍ତୁ | SANSKRITIMEDIA

ସଂସ୍କୃତି ମିଡ଼ିଆ ନିଉଜ ☝️☝️ Link👇👇👇👇


Leave a Reply

Your email address will not be published. Required fields are marked *

error: Content is protected !!