ସିନିଅର ମ୍ୟାନେଜର ପଦବୀରୁ ଅବସର ଗ୍ରହଣ କଲେ ଗୁରୁ ଚରଣ ହରପାଲ

0

ବରଗଡ଼, ୫/୬(ସଂସ୍କୃତି ମିଡ଼ିଆ )-ବରଗଡ଼ ୟୁକୋ ବ୍ୟାଙ୍କ ର ପୂର୍ବତନ ଆସିଷ୍ଟାଣ୍ଟ ମ୍ୟାନେଜର ତଥା ଗୋଡଭଗା ଶାଖା ର ସିନିୟର ମ୍ୟାନେଜର ଗୁରୁ ଚରଣ ହରପାଲ ଗତ ଗତ ମାସ ଶେଷ ସପ୍ତାହରେ ଅବସର ନେଇଛନ୍ତି। ତାଙ୍କ ଦୀର୍ଘ କାର୍ଯ୍ୟକାଳ ସମୟ ମଧ୍ୟରେ ସେ ଅନେକ ସମାଜ ମଙ୍ଗଳ କାମକରି ଲୋକଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି। ୧୯୮୯ ରୁ ଚାକିରୀ ଆରମ୍ଭ କରି ଶ୍ରୀ ହରପାଲ ଭଟଲି ଶାଖାରେ କିରାଣୀ ଭାବେ ଯୋଗ ଦେଇଥିଲେ l ଦୀର୍ଘ ଦିନ ଭଟଲି ରେ ରହିବା ପରେ ୨୦୦୮ ରେ ଅନୁଗୁଳ ସ୍ଥିତ ଢେରା ବ୍ରାଞ୍ଚ ରେ ସ୍ପେସିଆଲ ଅସସିଷ୍ଟାଣ୍ଟ ଭାବେ ଯୋଗ ଦେଇ ଓରିଏଣ୍ଟ କୋଲ୍ଲିଆରୀ ଅନନ୍ତ ଏକ୍ସଟେନସନ କାଉଣ୍ଟର କୁ ଫୁଲ ଫ୍ଲେଜ ଶାଖା ରୂପେ ରୂପାନ୍ତରିତ କରିବାରେ ପ୍ରମୁଖ ଭୂମିକା ନିଭାଇ ଥିଲେ l ୨୦୧୦ ରେ ଢେରା ରୁ ହୀରାକୁଦ କୁ ଟ୍ରାନ୍ସଫର ହେଲା l ୨୦୧୧ ରେ ଅଫିସର କେଡର କୁ ପ୍ରୋମସନ ହୋଇ ଅନୁଗୁଳ, ଯାଜପୁର,ବରଗଡ, ବୁର୍ଲା ତଥା ଆନ୍ଧ୍ର ପ୍ରଦେଶ ର କରନୁଲ, ବିଶାଖାପାଟଣା ରେ କାର୍ଯ୍ୟ କରି ଶେଷରେ ସିନିଅର ମ୍ୟାନେଜେର ପଦବୀ ରେ ଥାଇ ଗୋଡ଼ଭଗା ଶାଖାରୁ ଅବସର ଗ୍ରହଣ କଲେ।ସେ ଯେଉଁ ସ୍ଥାନକୁ ଯାଇଛନ୍ତି ସେଠାକାର ଲୋକଙ୍କ ସହିତ ବହୁତ ଭଲ ସମ୍ପର୍କ ରଖି ୟୁକୋ ବ୍ୟାଙ୍କ ର ବ୍ୟବସାୟ କୁ ବହୁଳ ମାତ୍ରାରେ ବଢ଼ାଇ ଛନ୍ତି। ଆଗକୁ ସମାଜ ସେବା କ୍ଷେତ୍ରରେ ରହି ଗରିବ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ା ପାଇଁ କାର୍ଯ୍ୟ କରିବେ କହିଛନ୍ତି ଶ୍ରୀ ହରପାଲ। ତାଙ୍କ ସୁସ୍ଥ ଓ ସୁଖୀ ଜୀବନ ପାଇଁ ସମ୍ବିଧାନ ସୁରକ୍ଷା ମଞ୍ଚ ର ଆବାହକ ପବିତ୍ର ଦେହେରୀ ଓ ଅନ୍ୟ ସଦସ୍ୟ ରମେଶ ମହାପାତ୍ର, ଚିତ୍ତ ରଞ୍ଜନ ମେହେର, ଭବାନୀ ସାହୁ, ମାରିୟମ ବାର୍ଲା ଶୁଭେଚ୍ଛା ଜଣାଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!