ମନ୍ଥରଗତିରେ ଧାନ କିଣା : ମଣ୍ଡିରେ ପଡ଼ିରହିଛି ୩ଲକ୍ଷରୁ ଉର୍ଦ୍ଧ୍ୱ ପ୍ୟାକେଟ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 42;


ଅତାବିରା, ୫/୬(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ଅଞ୍ଚଳ ଓଡ଼ିଶାର ଭାତ ହାଣ୍ଡି l ଏଠାରେ ଚାଷୀ ଧାନ ଚାଷକୁ ପ୍ରାଧାନ୍ୟ ଦେଇଥାଏ l ରାଜ୍ୟର ଅତାବିରା ଅଞ୍ଚଳରେ ଚାଷୀ ସର୍ବାଧିକ ଧାନ ଉତ୍ପାଦନ କରିଥାନ୍ତି l ଚଳିତ ବର୍ଷ ଧାନ ଫସଲ ବେଶ ଆଶାଜନକ ଭାବେ ହୋଇଥିଲା l ସୁନାର ଫସଲ ଦେଖି ଭାତ ହାଣ୍ଡିର ଅନ୍ନ ଦାତା ବେଶ ଖୁସି ଅନୁଭବ କରୁଥିଲେ l ତେବେ ଗତ ମେ’ ମାସ ଶେଷ ସପ୍ତାହରେ ଅଦିନିଆ ଝଡ଼ ବତାସ ସହ ଲଗାଣ ବର୍ଷା ଚାଷୀର ସୁନା ଫସଲ ଉଜାଡ଼ି ଦେଇଥିଲା l କ୍ଷେତ, ଖଳା, ରାସ୍ତା କଡ଼ ହୋଇ ମଣ୍ଡି ଯାଏଁ ଅଦିନିଆ ବର୍ଷା ପାଣିରେ ଭିଜିଥିଲା ଧାନ l ସପ୍ତାହେ ବ୍ୟାପି ଲଗାଣ ବର୍ଷା ଫଳରେ ଅନେକ ଚାଷୀଙ୍କ ଧାନ ଗଜା ହୋଇ କ୍ଷତିଗ୍ରସ୍ତ ହୋଇଥିଲେ l ଜୁନ ପହିଲାରୁ ଟିକେ ଶୁଖିଲା ପାଗ ଚାଷୀଙ୍କୁ କିଛିଟା ଆଶ୍ବସ୍ତି ଦେଇଥିଲା ହେଲେ ଗତ କାଲି ବୁଧବାର ସନ୍ଧ୍ୟାରେ ପୁଣି ଅଦିନିଆ ବର୍ଷା ହଠାତ ଘଣ୍ଟାଏ ପ୍ରବଳ ବାର୍ଷିବାରୁ ଚାଷୀ ବେହାଲ ହୋଇ ପଡିଛନ୍ତି l

ଫଳରେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିବାବେଳେ ଚାଷୀଙ୍କ ମାନସିକ, ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଛି। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ରାଜ୍ୟ ସରକାର ଚାଷୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ କୋହଳ ମାନ ଯୋଜନା(ୟୁଆରଏସ୍‌)ରେ ସମସ୍ତ ଚାଷୀଙ୍କ ସବୁଧାନକୁ ସର୍ବନିମ୍ନ ସହାୟକ ଦରରେ କିଣିବା ପାଇଁ ଘୋଷଣା କରନ୍ତୁ ବୋଲି ବିଭିନ୍ନ କୃଷକ ସଂଗଠନ ସହ ବିରୋଧି ଦଳଗୁଡିକ ଦାବୀ କରିଛନ୍ତି l

ଏଭଳି ଅବସ୍ଥାରେ ଗତ ମେ ‘ ମାସ ୧୪ ତାରିଖରୁ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର. ଏମ୍. ସି.) ପକ୍ଷରୁ ଆରମ୍ଭ ହୋଇଥିବା ରବି ଧାନ କିଣାବିକାରେ ମନ୍ଥରତା ଦେଖା ଦେଇଛି l ପ୍ରଥମ ଦିନରୁ ଧାନ ଉଠାଣ ମନ୍ଥରତା ପାଇଁ ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ପଡ଼ି ରହିଥିବା ବଢ଼ିବାରେ ଲାଗିଛି l ଯେଉଁ ମଣ୍ଡିକୁ ଦେଖିବେ ଧାନ ହାଉସ ଫୁଲ ଭଳି ଭର୍ତ୍ତି ହୋଇ ରହିଛି l ଫଳରେ ଧାନ ମଣ୍ଡିଗୁଡିକରେ ଅଭାବୀ ଧାନ ବିକ୍ରି ସମସ୍ୟା ଦେଖା ଦେଇଛି l କଟନୀ ଛଟଣି ଵି ଜୋର ଚାଲିଥିବା ଚାଷୀ ଅଭିଯୋଗ କରିଛନ୍ତି l ପ୍ୟାକେଟ ପିଛା 3 କେଜି ଧାନ କାଟୁଥିବା ଜୈନିକ ଚାଷୀ ଓଡ଼ିଶା ରାଜ୍ୟ କୃଷକ ସଂଗଠନକୁ ଜଣାଇଛନ୍ତି l ଧାନ ମନ୍ଥରଗତିରେ ଉଠାଣ ସବୁ ଗଣିତ ଓଲଟ ପାଲଟ କରି ଦେଉଛି l ଏଠାରେ ସୂଚନା ଯୋଗ୍ୟ ଯେ ଆଜି ଗୁରୁବାର ସନ୍ଧ୍ୟା ୬ଟା ଯାଏଁ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସମସ୍ତ ମଣ୍ଡିରେ ମୋଟ ୩୪ ଲକ୍ଷ ୪୭ହଜାର ୪୧୪ ପ୍ୟାକେଟ ଧାନ ଆସିଥିବା ବେଳେ ୩୧ଲକ୍ଷ ୪୦ହଜାର ୯୩୮ ପ୍ୟାକେଟ ଧାନ ଉଠିଛି l ଫଳରେ ଏବେ ମଣ୍ଡି ଗୁଡିକରେ ୩ଲକ୍ଷ ୬ହଜାର ୪୭୬ ପ୍ୟାକେଟ ଧାନ ପଡ଼ିରହିଛି । ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ପଡ଼ି ରହି ବଢିବା ରେ ଲାଗିଛି l ଏପରି ଅବସ୍ଥା ଲାଗି ରହିଲେ ଯେକୌଣସି ମୁହୂର୍ତ୍ତରେ ଯେ ବଡ଼ ଧରଣର ଚାଷୀ ଆନ୍ଦୋଳନ ନ ହେବ ତାହାକୁ ଏଡାଇ ଦିଆଯାଇ ପାରିବ ନାହିଁ l


Leave a Reply

Your email address will not be published. Required fields are marked *

error: Content is protected !!