ପ୍ରତିଶ୍ରୁତି ପୂରଣ ନ ହେବାରୁ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଲା କ୍ରଡାବିତ୍ ସଂଘ

0

ପଦ୍ମପୁର,୬/୬(ସଂସ୍କୃତି ମିଡ଼ିଆ)-ବିଗତ ୩୦-୩୫ ବର୍ଷ ଧରି ବରଗଡ ଜିଲ୍ଲା ପଦ୍ମପୁର ସବଡିଭିଜନ ସ୍ତରୀୟ କ୍ରୀଡା ସଂଘ ଅଚଳ ଅବସ୍ଥାରେ ପଡ଼ି ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦାୟିତ୍ୱରେ ଥିବା ପ୍ରାଶାସନିକ ଅଧିକାରୀ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଦୁଇ ମାସ ପୂର୍ବରୁ ଏକ ପ୍ରତିନିଧି ଦଳ ପଦ୍ମପୁର ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସଭାପତି ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଏକ ମାସ ଭିତରେ ସମାଧାନ କରି ନୂତନ କମିଟି ଗଠନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କି ଯେ, ୨ ମାସ ହୋଇଗଲା ହେଲେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ମଙ୍ଗଳବାର ବାଧ୍ୟ ହୋଇ ଉପଖଣ୍ଡସ୍ତରୀୟ କ୍ରିଡାବିତ୍‌ ସଂଘ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!