ପୁଣି ମଣ୍ଡିରେ ତାଲା ଠୁଙ୍କିଲେ ଚାଷୀ

0

ଅତାବିରା,୧୦/୬(ସଂସ୍କୃତି ମିଡ଼ିଆ):- ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ ଚାଷୀଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ଏହାର ପ୍ରତିବାଦରେ ଗତ ଶନିବାର ଚାଷୀମାନେ ଅତାବିରା ମଣ୍ଡି ଆଗରେ ଧାନ ପକାଇବା ସହିତ ମଣ୍ଡିରେ ତାଲା ପକାଇ ଦେଇଥିଲେ l ଚାଷୀଙ୍କ ପ୍ରତି ହେଉଥିବା ଅବହେଳାରୁ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି l ଅତାବିରା ମଣ୍ଡି ପରେ ମଙ୍ଗଳବାର ଚାଷୀ ମାନେ ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର. ଏମ. ସି. ) ଅଧୀନ ଲହଣ୍ଡା ମଣ୍ଡିରେ ମଧ୍ୟାହ୍ନରେ ତାଲା ମାରି ଧାରଣା ଦେଉଛନ୍ତି l

ଧାନ କିଣାବିକାରେ ଚାଲିଥିବା ଅଚଳାବସ୍ଥା ଦୂର ନ ହେଲେ ଏପରି ମଣ୍ଡି ଗୁଡିକରେ ଚାଷୀ ଅସନ୍ତୋଷ ବଢିବା ସ୍ୱାଭାବିକ l ହେଲେ ପାଣି ଥାଉ ଥାଉ ବନ୍ଧ ବାନ୍ଧରେ କୁମର ନୀତିରେ ଧାନ ଉଠାଣ ସ୍ୱାଭାବିକ ନ ହେଲେ ବଡ଼ ଧରଣର ଆନ୍ଦୋଳନର ସାମ୍ନା କରିବାକୁ ପଡିପାରେ ଜିଲା ପ୍ରଶାସନକୁ l ଏଣୁ ଏଥିପତି ଜିଲାପାଳ ନିଜେ ଏଥି ପ୍ରତି ଦୃଷ୍ଟି ଦେଇ ଧାନ ଉଠାଣରେ ସ୍ୱଚ୍ଛତା ସହ ତ୍ୱରାନ୍ୱିତ କରିବାକୁ ସାଧାରଣରେ ଦାବୀ ହେଉଛି l

 


Leave a Reply

Your email address will not be published. Required fields are marked *

error: Content is protected !!