ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ସଭା

0

ଅତାବିରା, ୧/୮(ସଂସ୍କୃତି ମିଡ଼ିଆ )-ଗୁରୁବାର ଦିନ ଅତାବିରା ବ୍ଲକ ଅଧିନ ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଭୁଏଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ ହୋଇଯାଇଛି | ପରିଚାଳନା କମିଟିର ସଭାପତି ଦିବାକର ତ୍ରିପାଠୀକଂ ସଭାପତିତ୍ବରେ |ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ନାଏକ ,ସମ୍ମାନୀତ ଅତିଥି ଭାବେ ବୁଗବୁଗା କ୍ଲଷ୍ଟର ସିଆରସିସି ନନ୍ଦିଘୋଷ ଭୁଏ ,କିଶୋର ସାହୁ ,ସିଆରସିସି ଧରମ ନାଏକ ଯୋଗଦେଇଥିଲେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସିଆରସିସି ରଂଜନ ବାଗ | ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ,ଶିକ୍ଷକ ବୃନ୍ଦ ଉପଢୌକନ ବିଦାୟି ଶିକ୍ଷକ ସନ୍ତୋଷ କୁମାର ଭୁଏକୁ ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ |ଶେଷରେ ଗୁପ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ |


Leave a Reply

Your email address will not be published. Required fields are marked *

error: Content is protected !!