ଅବଦୁଲ କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ

0

ସମ୍ବଲପୁର:ତା.୧୫/୧୦ (ସଂସ୍କୃତି ମିଡିଆ)ଭାରତରତ୍ନ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୯୫ ତମ ଜୟନ୍ତୀ ଓଡିଶା ସାଂସ୍କୃତିକ ସମାଜ ଆନୁକୁଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଧନୁପାଲିରେ ପାଳିତ ହୋଇଯାଇଛି। ସକାଳେ ଜିଲ୍ଲା ସ୍କୁଲ ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଥିରେ ବରିଷ୍ଠ ସଭ୍ଯ ରାମାନୁଜ ପଣ୍ଡା, ପ୍ରଫୁଲ୍ଲ ହୋତା, ଶ୍ଯାମ ସୁନ୍ଦର ଅଗ୍ରୱାଲ, ଅଶୋକ କୁମାର ମିଶ୍ର, ସୂର୍ଯ୍ୟ ପାଣିଗ୍ରାହୀ, ଶିବ ନାରାୟଣ ପାଣିଗ୍ରାହୀ, କୈଳାଶ ମିସ୍ତ୍ରୀ, ଶାନ୍ତନୁ ପାଢୀ ଓ ପ୍ରଫୁଲ୍ଲ ହୋତା ପ୍ରମୁଖ ଯୋଗ ଦେଇଥିଲେ। ସଭାପତି ଡ଼.ପରେଶ ଦାନୀ ଏହି ସଭାରେ ସଭାପତିତ୍ଵ କରି ଛାତ୍ର ଛାତ୍ରୀମାନଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦେଇଥିଲେ। ପ୍ରଧାନ ଆଚାର୍ଯ୍ଯ ବିଭୁ ପ୍ରସାଦ ମହାପାତ୍ର ସ୍ଵାଗତ ଭାଷଣ ଦେଇ ଏପରି କାର୍ଯ୍ୟକ୍ରମ ପାଇଁ ଓଡିଶା ସାଂସ୍କୃତିକ ସମାଜକୁ କୃତଜ୍ଞତା ଜ୍ଞାପନ କରିଥିଲେ l ଦୀପ ପ୍ରଜ୍ବଳନ ସହ ସ୍ଵାଗତ ବନ୍ଦନା ଆଚାର୍ଯ୍ୟ ଅନ୍ନପୂର୍ଣ୍ଣା ପାଢୀଙ୍କ ନିର୍ଦ୍ଦେଶନାରେ ସୋମ୍ୟା ସୋନାଲୀକା କୁମ୍ଭାର, ଅନ୍ଵେଷା ପଣ୍ଡା ଓ ନମ୍ରତା ସାହୁ ସଂଗୀତ ଗାନ କରିଥିଲେ। ସମ୍ପାଦକ ଦୀନବନ୍ଧୁ ପଣ୍ଡା ଓଡିଶା ସାଂସ୍କୃତିକ ସମାଜର ଆଭିମୁଖ୍ୟ ତଥା ମହାପୁରୁଷଙ୍କ ଜୀବନୀରୁ ଛାତ୍ରଛାତ୍ରୀମାନେ ଉଦ୍‌ବୁଦ୍ଧ ହେବା ନିମନ୍ତେ ଏପରି କାର୍ଯ୍ୟକ୍ରମ ଆୟୋଜନ ହୋଉଥିବାର କହିଥିଲେ। ମୁଖ୍ୟବକ୍ତା ସୁଶ୍ରୀ ସନ୍ତୋଷିନୀ ବାବୁ ଭାରତରତ୍ନ ଶ୍ରୀ କାଲାମଙ୍କ ଛାତ୍ରଛାତ୍ରୀମାନଙ୍କ ପ୍ରତି ଥିବା ଶ୍ରଦ୍ଧା ତଥା ଉପଦେଶ ତାଙ୍କ ଚରିତ୍ର ଗଠନରେ ସହାୟକ ହେବ ବୋଲି ସୂଚନା ଦେଇଥିଲେ। ଶ୍ରୀକାନ୍ତ ଷଡଙ୍ଗୀ କଲାମଙ୍କର ଥ୍ରୀ ଡି ଉପରେ ଆଲୋକପାତ କରିଥିଲେ। ଶେଷରେ କାର୍ଯ୍ୟାଳୟ ସମ୍ପାଦକ ଅଖିଳ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!