ରଞ୍ଜିତସିଂ ବାବୁ ଏବଂ ଲିଜି ମହାପାତ୍ରଙ୍କୁ ସ୍ବର୍ଣ୍ଣ ପଦକ

0

ଷ୍ଟେଟ୍ ଫରେଷ୍ଟ ସ୍ପୋର୍ଟସ ମିଟରେ ବରଗଡ ବନଖଣ୍ଡର କୃତିତ୍ତ୍ବ

*ରଞ୍ଜିତସିଂ ବାବୁ ଏବଂ ଲିଜି ମହାପାତ୍ରଙ୍କୁ ସ୍ବର୍ଣ୍ଣ ପଦକ*

ପଦ୍ମପୁର, ୧୪/୧୦(ସଂସ୍କୃତି ମିଡ଼ିଆ)-ଭୁବନେଶ୍ୱର ସ୍ଥିତ କିଟ ଇନଭରସିଟି ଗ୍ରାଉଣ୍ଡରେ ଦୁଇଦିନ ଧରି ଚାଲିଥିବା ରାଜ୍ଯସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟର ଚେସ୍ ପ୍ରତିଯୋଗିତାର ଯୁନିୟର ଭେଟେରିଆନ ବିଭାଗରେ ଯୋଗଦେଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରଞ୍ଜିତସିଂ ବାବୁ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ବନରକ୍ଷୀ ଶ୍ରୀମତୀ ଲିଜି ମହାପାତ୍ର ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ମହିଳା ମାନଙ୍କ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।ବରଗଡ ଜିଲ୍ଲା ଗାଈସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ଦେବତା ପରିବାରର ବୋହୂ ତଥା ସାମ୍ବାଦିକ ରିଙ୍କୁ ଦେବତାଙ୍କ ସ୍ତ୍ରୀ ବନରକ୍ଷୀ ଲିଜି ମହାପାତ୍ର। ବର୍ତ୍ତମାନ ଶ୍ରୀମତୀ ଲିଜି ମହାପାତ୍ର ପଦ୍ମପୁର ବନାଞ୍ଚଳରେ କାର୍ଯ୍ୟରତ ଅଛନ୍ତି।ଅନ୍ଯମାନଙ୍କ ମଧ୍ୟରେ ଭଟଲି ବନାଞ୍ଚଳର ବନରକ୍ଷୀ ସୁପ୍ରୀୟା ଭୋଇ ଦୌଡ ପ୍ରତିଯୋଗିତା ରେ ଯୋଗଦେଇ ତୣତୀୟ ସ୍ଥାନ ଅଧିକାର କରି ରୌପ୍ଯପଦକ ପାଇଛନ୍ତି।ଏହି କ୍ରୀଡା ପ୍ରତିଯୋଗିତାରେ ରାଜ୍ଯର ମୋଟ ୧୨୩ଟି ବନଖଣ୍ଡ ଓ ଜଙ୍ଗଲ ପ୍ରତିଷ୍ଠାନର ୩୭୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।ବରଗଡ ବନଖଣ୍ଡର ସମସ୍ତ ଖେଳାଲି ମାନେ ବିଗତ ଦିନରେ ରାଉରକେଲା ସ୍ଥିତ ବିର୍ଷାମୁଣ୍ଡା ଷ୍ଟେଡିମ ରେ ହୋଇଥିବା ଜୋନାଲ ଫରେଷ୍ଟ ସ୍ପୋର୍ଟସ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜୋନାଲରୁ ରାଜ୍ଯସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ। ତାଙ୍କର ଏହି କୃତିତ୍ବ ପରେ ବରଗଡ ଡିଏଫଓ ସରୋଜ କୁମାର ପଣ୍ଡାଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!