ଓଡ଼ିଶା ସାଂସ୍କୃତିକ ସମାଜର ୫୫ ତମ ପ୍ରତିଷ୍ଠା ଦିବସ ପାଳିତ 

0

ସମ୍ବଲପୁର:ତା.୧୫/୧୦(ସଂସ୍କୃତି ମିଡିଆ)ସମ୍ବଲପୁର ସ୍ଥିତ ଓଡ଼ିଶା ସାଂସ୍କୃତିକ ସମାଜର ୫୫ ତମ ପ୍ରତିଷ୍ଠା ଦିବସ ସଭାପତି ଡ଼.ପରେଶ ଦାନୀଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଆ ସମଲେଇଙ୍କୁ ପୂଜା କରି ଓ ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ଯ ସ୍ଵର୍ଗତଃ ଅରୁଣ ସାହୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସମ୍ପାଦକ ଦୀନବନ୍ଧୁ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ବାର୍ଷିକ ବିବରଣୀ ପାଠ କରି ଏହି ବର୍ଷ ମଧ୍ୟରେ ନେଇଥିବା ପଦକ୍ଷେପ ଉପରେ ବିଶେଷ କରି ସବୁ ଧର୍ମର ଲୋକେ ନୂଆଖାଇ ପର୍ବ ପାଳନ କରିବା, ଗୁଣ୍ଡିଖାଇ ଭେଟଘାଟ ଇତ୍ୟାଦି ପ୍ରଥମ ଥର ପାଇଁ ଆୟୋଜନ ଓ ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରା ଯାଇଥିବା ତଥା ଆଗାମୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ପଟେଲ ଗତ ଆର୍ଥିକ ବର୍ଷର ଆୟବ୍ୟୟ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ଅନୁଷ୍ଠାନରେ ସାମିଲ ହୋଇଥିବା ନୂତନ ସଭ୍ଯସଭ୍ୟାମାନଙ୍କୁ ସ୍ଵାଗତ କରାଯାଇଥିଲା। ସମ୍ମାନିତ ବକ୍ତା ଅରବିନ୍ଦ ମହାପାତ୍ର, ଅର୍ଜୁନ ରଞ୍ଜନ ପଣ୍ଡା, ରତ୍ନ ଭୂଷଣ ପୃଷେଠ୍, କବିତା ପୁରୋହିତ, ଡ଼.ସନ୍ତୋଷ ଦାଶ, ହୃଷୀକେଶ ପୁରୋହିତ, ସୂର୍ଯ୍ୟ ପାଣିଗ୍ରାହୀ, ଗିରିଧାରୀ ହୋତା, ଶିବ ନାରାୟଣ ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ରଖି ବ୍ୟକ୍ତିତ୍ବର ବିକାଶରେ ଅନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ପ୍ରଶାନ୍ତ କୁମାର ପାଟଯୋଷୀ, ଯୁଗ୍ମ-ସମ୍ପାଦକ ଶ୍ରୀମତୀ ସୁରେଖା ସାହୁ, କୋଷାଧ୍ୟକ୍ଷ, କାର୍ଯ୍ୟାଳୟ ସମ୍ପାଦକ ଅଖିଳ ରଞ୍ଜନ ପଟ୍ଟନାୟକ, ପରିବେଶ ଉପ ସମିତି ଆବାହକ ଦିଲୀପ କୁମାର ବଘାର ଓ ପାଠାଗାର ଉପ ସମିତି ଆବାହକ ଡ଼. ସତ୍ୟନାରାୟଣ ଠାକୁର ଉପସ୍ଥିତ ଥିଲେ। ଶେଷରେ ଯୁଗ୍ମ-ସଂପାଦକ ଲଳିତ ମୋହନ ବେବର୍ତ୍ତl ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!