ଆଗାମୀ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ଡୁମାଳ ମହାସଭା ପାଇଁ ପ୍ରସ୍ତୁତି ବୈଠକ

0

ଅତାବିରା,ତା ୧୬/୧୦, (ସଂସ୍କୃତି  ମିଡ଼ିଆ )-ବରଗଡ ଜିଲ୍ଲା ଡୁମାଳ ପରିଷଦ ପକ୍ଷରୁ ଆଜି ପତ୍ରାପାଲି କେନ୍ଦ୍ର ଠାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗଣେଶ ପାଧାନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦୟାସାଗର ମେଣ୍ଡଲି ଯୋଗ ଦେଇଥିଲେ । ଜିଲ୍ଳାର ୧୨ ଟି କେନ୍ଦ୍ରରୁ ସଭାପତି, ସମ୍ପାଦକ ଯୋଗ ଦେଇଥିଲେ ।ସର୍ବ ପ୍ରଥମେ ମାଁ ମହେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ପତ୍ରାପାଲି କେନ୍ଦ୍ର ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାପରେ ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ଓ ରାଜ୍ଯ ସ୍ତରୀୟ ମହାସଭା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜାତିର ପରିବାର ସର୍ଭେ କାମର ପୂର୍ଣ୍ଣତା ଓ ସବୁ କେନ୍ଦ୍ରର ଗ୍ରାମ୍ୟ କମିଟି ମାନ ଗଠନ ପ୍ରତି ଜୋର୍ ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ଯ ସଭାନେତ୍ରୀ ହେମାବତି କରନ, ଜିଲ୍ଲା ସମ୍ପାଦକ ସୁବାସ ଚନ୍ଦ୍ର ଥାଟୀ, କୋଷାଧ୍ୟକ୍ଷ ଲୋକନାଥ ଖେତି, ଭୁବନେଶ୍ୱର ମହାକୁର, ମଙ୍ଗନ୍ ଖମାରୀ, ଧ୍ଵଜ ମହାକୁର, ଜିତେନ୍ ବେହେରା, କରମଚାନ୍ଦ ପ୍ରଧାନ, ମଣ୍ଟୁ ଛନ୍ଦ, ଶିବ କର୍ଣ୍ଣ, ସୁରେଶ ଗେଜୋ ରାମ ଗେକୋ, ଓ ମାହେଶ୍ୱରୀ ସେନା ର ଆଶିଷ ମହାକୁର, ଦିବସ ପଧାନ , ରିକନ୍ ମେଣ୍ଡଳି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜିତେନ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!