ବାମରା ବ୍ଲକରେ ସୁସ୍ଥ ପଞ୍ଚାୟତ ସମ୍ପର୍କୀତ ୩ ଦିନିଆ ତାଲିମ ଶିବିର ଉଦ୍‌ଯାପିତ

0

ସମ୍ବଲପୁର:ତା.୧୯/୧୦ (ସଂସ୍କୃତି ମିଡିଆ) ରକ୍ତହୀନତା, ଅପପୁଷ୍ଟି ଗ୍ରାମୀଣ ଓ ସ୍ଵଚ୍ଚତା ଭଳି ସମସ୍ୟା ପ୍ରଗତିର ବାଧକ। ତେଣୁ ଏହାର ନିର୍ମୂଳ ପାଇଁ ବ୍ଲକ ସ୍ତରୀୟ ଏକ ୩ ଦିନିଆ ତାଲିମ ଶିବିର ଗୁରୁବାର ବାମରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷରେ ଆରମ୍ଭ ହୋଇ ଶନିବାର ଉଦ୍‌ଯାପିତ ହୋଇଯାଇଛି। ରକ୍ତହୀନତା, ଅପପୁଷ୍ଟି ମୁକ୍ତ ପଞ୍ଚାୟତ ଗଠନ ସହିତ ସ୍ଵଚ୍ଛତା ଭଳି ଆବଶ୍ୟକ୍ୟତା ଉପରେ ଏହି ସବୁ ଜାତୀୟ ଯୋଜନାରେ ବିଭିନ୍ନ ଶ୍ରେଣୀ ଓ ଗୋଷ୍ଠିଙ୍କୁ ସମ୍ପୃକ୍ତି କରାଇ ଏକ ସୁସ୍ଥ ପଞ୍ଚାୟତ ଗଠନ ପାଇଁ ୩ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ ସହିତ ସ୍ୱାସ୍ଥ୍ୟ ବିଭାଗର ମିଳିତ ସମ୍ମନ୍ୱୟ ମାଧ୍ୟମରେ ଏହାର ସୁଫଳ କେମିତି ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ବ୍ଲକର ସରପଞ୍ଚ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡି କର୍ମୀମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏବିଡ଼ିଓ ସସ୍ମିତା ବାଲ୍ଲା ଉଦଘାଟନ କରିଥିଲେ। ସିପି ଅମିତ ସ୍ୱାଇଁ, ବିପିସି ଚିନ୍ମୟ ନାୟକଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ତାଲିମଦାତା ଭାବେ ଡା. ରାଜାରାମ ଷଡ଼ଙ୍ଗୀ ଯୋଗଦେଇ ଏହି ତାଲିମ ପ୍ରଦାନ କରିଥିଲେ। ଗୁରୁବାର ରକ୍ତହୀନତା କାରଣ, ଲକ୍ଷଣ, ନିରାକରଣ ଉପରେ ସାରଗର୍ଭକ ଆଲୋଚନା କରାଯାଇଥିବା ବେଳେ ଶୁକ୍ରବାର ଅପପୁଷ୍ଟି କଣ ଓ ଏହା ଦ୍ୱାରା କଣ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ତାହାର ନିରାକରଣ ପାଇଁ କେଉଁ ସବୁ ପଦକ୍ଷେପ ଜରୁରୀ ଓ ଏଥିପାଇଁ କଣ ସବୁ ସରକାରୀ ଯୋଜନା ରହିଛି ତାହା ଉପରେ ତାଲିମ ପ୍ରଦାନ କରାଯାଇଥିଲା। ସ୍ଥାନୀୟ ସିଡିପିଓ ମିନତୀ ମିଶ୍ର ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଅପପୁଷ୍ଟି ମୁକ୍ତ ପଞ୍ଚାୟତ ଗଠନ ପାଇଁ ପରାମର୍ଶ ଦେଇଥିଲେ।ସେହିପରି ଶନିବାର ଅନ୍ତିମ ଦିବସରେ ଗ୍ରାମୀଣ ସ୍ୱଚ୍ଛତା ଉପରେ ତାଲିମ ଦିଆଯାଇଥିଲା। ସୁସ୍ଥ ସ୍ୱାସ୍ଥ୍ୟ ହିଁ ଜୀବନ ସମ୍ପଦ ଓ ଏହା ଦ୍ୱାରା ସୁସ୍ଥ ପରିବାର ଠାରୁ ସୁସ୍ଥ ପଞ୍ଚାୟତ ଗଠନ ପାଇଁ ସଚେତନତା, ସମ୍ମନ୍ୱୟ ସହାଭାଗିତା ଓ ସରକାରୀ ଯୋଜନା ପ୍ରଭୃତି ଦିଗରେ ତାଲିମ ପ୍ରଦାନ କରାଯାଇ ନିଜ ନିଜ ସ୍ତରରେ କିଭଳି କାର୍ଯ୍ୟର ସୁପରିଚାଳନା କରାଯାଇ ପାରିବ ସେ ଦିଗରେ ଡାକ୍ତର ଷଡ଼ଙ୍ଗୀ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ପ୍ରଦାନ କରିଥିଲେ। ସମ୍ମନ୍ୱୟ ଓ ସହଭାଗିତା ହିଁ ସମସ୍ୟାର ନିରାକରଣ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଏକ ସୁସ୍ଥ ପଞ୍ଚାୟତ ଗଠନ ପାଇଁ ରକ୍ତହୀନତା, ଅପପୁଷ୍ଟି ଓ ସ୍ୱଚ୍ଛତାର କାରଣ, ଲକ୍ଷଣ ଓ ନିରାକରଣ ସହିତ ଜାତୀୟ ଯୋଜନାର ପ୍ରୟୋଗ ଉପରେ ତାଲିମର ଗୁରୁତ୍ୱକୁ କାର୍ଯ୍ୟରେ ଲଗାଇବାକୁ ବିଡ଼ିଓ ପୁଷ୍ପକ କୁମାର ପ୍ରଧାନ ପରାମର୍ଶ ଦେଇଥିଲେ। ସାମାଜିକ ଓ ଆତ୍ମସମ୍ମାନରେ ଜୀବନ ଧାରଣ ପାଇଁ ତାଲିମର ଗୁରୁତ୍ୱକୁ ଉପଲବ୍ଧି କରିପାରିଲେ ନିଜ ନିଜ ଅଞ୍ଚଳର ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାରେ ସମସ୍ତଙ୍କ ପ୍ରମୁଖ ଭୂମିକା ରହିବ ବୋଲି କହିଥିଲେ। ତାଲିମ ନେଉଥିବା ସରପଞ୍ଚ, ଏଏନଏମ, ଆଶା, ଅଙ୍ଗନୱାଡି କର୍ମୀ ତାଲିମ ଉପରେ ମତାମତ ରଖି ଦକ୍ଷତା ବୃଦ୍ଧି ଦିଗରେ ତାଲିମ ଖୁବ ତଥ୍ୟ ସମ୍ବଳିତ ଥିବା କହି କାର୍ଯ୍ୟ କ୍ଷେତ୍ରରେ ଏହା ଖୁବ ସହାୟକ ହୋଇପାରିବ ବୋଲି ନିଜ ନିଜ ମତାମତ ରଖିଥିଲେ।୩ ଦିନ ଧରି ଆୟୋଜିତ ଶିବିରରେ ଜିଡ଼ିପିଓ ସୁମନ ବେହେରା, ବିପିସି ଯୋଗେଶ ବେହେରା, ଏସବିଏମ ସଞ୍ଜୟ ରାଉତ, ତ୍ରିଲୋଚନ ସାହୁ ପ୍ରମୁଖ ଏହାର ତତ୍ତ୍ୱାବଧାନ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!