ରେଙ୍ଗାଲିକେମ୍ପ କାଳୀ ପୂଜା ପାଇଁ କଳସ ଯାତ୍ରା

0

ଅତାବିରା,୧୯/୧୦(ସଂସ୍କୃତି ମିଡ଼ିଆ )- ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକେମ୍ପ କେନାଲ ବିଭାଗ ପରିସରରେ ଅନୁଷ୍ଠିତ ହେଉଥ‌ିବା ୬୬ତମ ଶ୍ୟାମାକାଳୀ ପୂଜା ଉପଲକ୍ଷେ ରବିବାର ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳସ ଯାତ୍ରା ମନ୍ଦିରରୁ କୁଡ଼ାପରା ଦେଇ ଅତାବିରା ଶାଖା କେନାଲ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପୂଜା ପୂଜାର୍ଚ୍ଚନା ପରେ ଶତାଧିକ ମହିଳା ପୂର୍ଣ୍ଣ କଳସ ଧରି ମାଁଙ୍କ ମେଢ଼ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ କଳସ ସ୍ଥାପନ ପୂର୍ବକ ପୂଜାରମ୍ଭ ହୋଇଥିଲା । ପୁରୋହିତ ପଣ୍ଡିତ ଅଚ୍ୟୁତାନନ୍ଦ ଶତପଥୀ,ମନ୍ଦିର ପୂଜକ କାହ୍ନୁଚରଣ ମହାପାତ୍ର ପୂଜାର୍ଚ୍ଚନା କରିଥିବାବେଳେ କେନାଲ ବିଭାଗୀୟ ଯନ୍ତ୍ରୀ ସାପତ୍ନିକ ଦିବ୍ୟ କିଶୋର କୁଅଁର ଓ ଦୀପାଞ୍ଜଳୀ କୁଅଁର କର୍ତ୍ତା ଦାୟୀତ୍ବ ବହନ କରିଥିଲେ । କଳସ ଯାତ୍ରାରେ ଘେଁସର ଆଦିବାସୀ ନୃତ୍ୟ, ଡୁଙ୍ଗୁରିପାଲିର ଘଣ୍ଟବାଦ୍ୟ ଓ ଲୁରୁପାଲିର ଦୁଲଦୁଲି ବାଜା ଅଂଶଗ୍ରହଣ କରିଥିଲେ । ୩ଦିନ ଧରି ହେବାକୁ ଥିବା ପୂଜା ୨୨ତାରିଖରେ ମେଢ଼ ବିସର୍ଜନ କରାଯିବ ବୋଲି କାଳୀପୂଜା କମିଟି ପକ୍ଷରୁ ପ୍ରକାଶ । କଳସ ଶୋଭାଯାତ୍ରାରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!