ବରପାଲି ମହାବିଦ୍ୟାଳୟରେ ଇତିହାସ ବିଭାଗ ପାଠଚକ୍ର
ସମ୍ବଲପୁର:ତା.୨୫/୧୦(ସଂସ୍କୃତି ମିଡିଆ) ବରପାଲି ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି । ବିଭାଗ ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ପଧାନଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପାଠଚକ୍ରର ବିଷୟ ରଖାଯାଇଥିଲା:
“Histrorical Geography of Kalinga” । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପାଠଚକ୍ରର ବିଷୟ ଉପରେ ସାରଗର୍ଭକ ଆଲୋଚନା କରିଥିଲେ । ଇତିହାସ ବିଭାଗର ଅଧ୍ୟାପକ ଡ.ଭଗବାନ ମହାନନ୍ଦ , ଡ.କାହ୍ନୁ ମେହର ଓ ଡ. ବାଳକୃଷ୍ଣ ପଟେଲ ମଞ୍ଚାସିନ ଥିଲେ। ପାଠଚକ୍ରରେ ଛାନ୍ଦଲିସା ତାଣ୍ଡି, ମୁନା ମେହେର, ରାଜେଶ କର୍ମୀ, ତାରାକାନ୍ତ ପାତ୍ର, ରାଜା ବାରିକ, ଶ୍ରାବଣୀ ନଈ ପ୍ରମୁଖ ନିଜଦ୍ଵାରା ପ୍ରସ୍ତୁତ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ପରିଶେଷରେ ଛାତ୍ର ତାରାକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
