ଚକୁଳିରେ ପ୍ରଥମାଷ୍ଟମୀ, ହରିହର ଭେଟ, ପ୍ରବଳ ଜନ ସମାଗମ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 3145728;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 31;
ଅତାବିରା, ୧୨/୧୧(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳି ଗ୍ରାମରେ ପ୍ରଥମାଷ୍ଟମୀ ଉତ୍ସବ ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଗାଁ ନିକଟରେ ବହି ଯାଇଥିବା ଝାଉଁଜୋର ନଦୀରେ ହରିହର ଭେଟ ସହ ବାଲୁକା ପୂଜା କରାଯାଇଥିଲା l ପ୍ରଥମାଷ୍ଟମୀ ପାଇଁ ଗାଁ ଉତ୍ସବ ମୁଖର ହୋଇ ଉଠିଥିଲା l ପ୍ରତି ଘରେ ବନ୍ଧୁ ବାନ୍ଧବଙ୍କ ସମାଗମ ହୋଇଥିଲା l କଳସ ସ୍ଥାପନ ପରେ ଦିନ ୧୧ ଟାରେ ଗାଁ ରୁ ପୂଜା ସ୍ଥଳକୁ ଯୁଗାର ଯାତ୍ରା ନିଆଯାଇଥିଲା l ଗାଁରେ ପୂଜା ପାଉଥିବା ବାବା ବଟେଶ୍ୱର ଶୈବ ପୀଠରୁ ନାଗ ମୂର୍ତ୍ତି ଏବଂ ଜଗନ୍ନାଥ ମନ୍ଦିରରୁ କୃଷ୍ଣ ପ୍ରଭୁଙ୍କୁ ଗ୍ରାମ ପରିକ୍ରମା କରି ନଦୀ ପୀଠ ପୂଜା ସ୍ଥଳ ରେ ସ୍ଥାପନ କରାଯାଇଥିଲା l ଯଥାବିଧି ପୂଜାପାଠ କରାଯିବା ପରେ ହରିହର ଭେଟ ହୋଇଥିଲେ l ନଦୀପୀଠ ଯାତ୍ରାସ୍ଥଳରେ ବହୁ ଜନ ସମାଗମ ହୋଇଥିଲା l ପଣ୍ଡିତ ରାକେଶ ମିଶ୍ର ପୌରହିତ୍ୟ କରିଥିବା ବେଳେ ପ୍ରକାଶ ଦାଶ ଓ ତାଙ୍କ ପତ୍ନୀ କଳ୍ପନା ଦାଶ ସପତ୍ନୀକ କର୍ତ୍ତାକର୍ତ୍ତ୍ରୀ ଦାୟିତ୍ୱ ବହନ କରିଥିଲେ l ପ୍ରଥମାଷ୍ଟମୀ ଉତ୍ସବ କମିଟିର ସଭାପତି ଧୀରେନ୍ଦ୍ର ଲାଲ ସିଂଦେଓ ଏବଂ ସମ୍ପାଦକ ପ୍ରଣବ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l ରାତ୍ରୀ ୭ଟାରେ ହରିହରଙ୍କୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରାଯାଇଥିଲା l ଏହି ଅବସରରେ ଡୁଙ୍ଗୁରିପାଲିର ଭଏଁରୋ ବୀର ଘଣ୍ଟାବାଦ୍ୟ, ଭତ୍ରାର ଇତିଶ୍ରୀ କର ଓ ବିଶିପାଲିର ରୂପାଲୀ ପାଣ୍ଡେ ମହିଳା ସଂକୀର୍ତ୍ତନ୍ୟ ଦଳ ଏବଂ ହିର୍ଲିପାଲିର ଶ୍ରୀ ଶ୍ରୀ ବୀରବଜରଙ୍ଗ ଗଣନାଟ୍ୟ ଦଳ ନିଜ ନିଜ ସାଂକୃତିକ କଳା ପରିବେଷଣ କରିଥିଲେ l
