ଗାଁ ଦିବସରେ ପୂଜ୍ୟପୂଜା 

0

ଅତାବିରା,୧୨/୧୧(ସଂସ୍କୃତି ମିଡ଼ିଆ)- ଅତାବିରା ଏନଏସି ଅଧିନ ଲାଦରପାଲି ରାମଚଣ୍ଡି କଲ୍ୟାଣ ମଣ୍ଡପରେ ବୁଧବାର ଗାଁ ଦିବସର ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି l କଳା କ୍ଷେତ୍ର ବରଗଡ ତରଫରୁ ଅନୁଷ୍ଠିତ ଏହି ଗାଁ ଦିବସରେ ପୂଜ୍ୟପୂଜା କରାଯାଇ ସମ୍ମାନିତ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଭାଗବତ ପ୍ରଧାନ,ମୁଖ୍ୟବକ୍ତା ବାସୁଦେବ ମାଲବିଶୋଇ (ଆବାହକ କଳା କ୍ଷେତ୍ର )ସମ୍ମାନୀତ ଅତିଥି ଭାବେ ଅକ୍ଷୟ କୁମାର କର୍ଣ୍ଣ (ଜିଲା ସଂଯୋଜକ କନ୍ଦମାଲ), ବିଜ୍ଞାନ ମହାନ୍ତି ଓ ଅରୁଣ ମେଣ୍ଡଲୀ ଯୋଗ ଦେଇଥିଲେ | ଅମୃତ କୁମାର ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏହି ଅବସରରେ ଅତାବିରା ବ୍ଲକର କଳାକାର ବିକ୍ରମ କିଶୋର ସାହୁ, ଭଟଲି ବ୍ଲକର କ୍ଷୀରୋଦ୍ର ସାହୁ, ଅମ୍ବାଭୋନା ବ୍ଲକର ରବିଶଂକର ବେହେରା,ଝାରବନ୍ଦ ବ୍ଲକର ଘନଶ୍ୟାମ ନାଗ,ପାଇକମାଲ ବ୍ଲକର ଶୁକଦେବ ବେହୁରା,ପଦ୍ମପୁର ବ୍ଲକର ରାଜକୁମାର ସାହୁ,ବିଜେପୁର ବ୍ଲକରୁ ଦେବେନ୍ଦ୍ର ଛତ୍ରିଆ,ଗାଇସିଲାଟ ବ୍ଲକରୁ ଇନ୍ଦ୍ରମଣି ବାରିକ ଓ ଗୁରୁଦେବ ସାହୁ,ବରପାଲି ବ୍ଲକର ରମେଶ ଚନ୍ଦ୍ର ପଧାନ,ଭେଡେନ ବ୍ଲକର ସାରଥି ପ୍ରଧାନ ଓ ବରଗଡ ବ୍ଲକର ସମରେନ୍ଦ୍ର କୁମାରଙ୍କୁ ଜିଲା କଳା କ୍ଷେତ୍ର ତରଫରୁ ସମ୍ମାନୀତ କରାଯାଇଥିଲା | ଶେଷରେ ସୌମ୍ୟରଂଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ |


Leave a Reply

Your email address will not be published. Required fields are marked *

error: Content is protected !!