କୁଚିଣ୍ଡା ଆଦିବାସୀ ଭବନରେ ନେହେରୁ ଜୟନ୍ତୀ ପାଳିତ

0

ସମ୍ବଲପୁର:ତା.୧୪/୧୧ (ସଂସ୍କୃତି ମିଡିଆ)କୁଚିଣ୍ଡା ସ୍ଥିତ ଆଦିବାସୀ ଭବନରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ସଭାପତିତ୍ବରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ଜୟନ୍ତୀ ଉତ୍ସବ ତଥା ଶିଶୁ ଦିବସ ପାଳିତ ହୋଇଯାଇଛି। ଏଥିରେ ସମାଜସେବୀ ତଥା ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଧୁନିକ ଭାରତ ଗଠନରେ ନେହେରୁଙ୍କ ଭୂମିକା, ସ୍ଵାଧୀନତା ସଂଗ୍ରାମ ଓ ତାଙ୍କ ରଚିତ ଡିସ୍କଭରି ଅଫ ଇଣ୍ଡିଆ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକଲ ଅଭିଯାନର ହରିଶ ଚନ୍ଦ୍ର ଜୟପୁରିଆ , ବଲମତି ଦେହୁରୀ, ନର୍ସିଂ କଲେଜର ଅଧ୍ୟାପିକା ସଲିମ ପଟେଲ ଓ ତନୁଶ୍ରୀ ଶେଠ୍ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ଶେଷରେ ଅଧ୍ୟାପିକା ପଲ୍ଲବୀ ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!