ସଚେତନତା ଦ୍ୱାରା କର୍କଟ ରୋଗର ନିରାକରଣ ସମ୍ଭବ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 50;
ଅତାବିରା, ୪/୨(ସଂସ୍କୃତି ମିଡ଼ିଆ )-ବର୍ତ୍ତମାନ ସମାଜରେ ଯେଉଁ ତିନୋଟି କାରଣ ଯୋଗୁଁ ବହୁ ଲୋକଙ୍କ ଅକାଳ ବିୟୋଗ ଘଟୁଛି, ତନ୍ମଧ୍ୟରୁ କର୍କଟ ରୋଗ ହେଉଛି ଗୋଟିଏ । ଏହି ରୋଗର ଚିକିତ୍ସା ବ୍ୟୟବହୁଳ ତଥା ଚିକିତ୍ସାରୁ ସୁସ୍ଥ ହେବା କଷ୍ଟସାପେକ୍ଷ । ତେଣୁ ଏହି ରୋଗର ପ୍ରତିକାର ପାଇଁ ସଚେତନତା ନିତାନ୍ତ ଜରୁରୀ ବୋଲି ବୁଧବାର ଅତାବିରାରେ ଅନୁଷ୍ଠିତ ବିଶ୍ୱ କର୍କଟ ରୋଗ ଦିବସରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ପାକ୍ଷିକପତ୍ରିକା କୋଶଲଟାଇମ ଏବଂ ମହୀୟସି ଇଲା ପଣ୍ଡା ମହିଳା ସମିତିର ମିଳିତ ଆନୁକୂଲ୍ୟରେ ବିଶ୍ୱ କର୍କଟ ଦିବସ ଅବସରରେ ଅତାବିରା ଠାରେ ଏକ ସଚେତନତା ସଭା ସହ ବିଶାଳ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ଅତାବିରା କଲେଜ ଠାରୁ ଆରମ୍ଭ ହୋଇ ସ୍ଥାନୀୟ ବସଷ୍ଟାଣ୍ଡ ଦେଇ ପୁଣି କଲେଜ କୁ ପ୍ଲାକାର୍ଡ ଓ ସ୍ଲୋଗାନ ସହ ରାଜପଥ ପରିକ୍ରମା କରିଥିଲା । ରାଲି ଆରମ୍ଭରେ ସ୍ବାମୀ ତେଜୋମୟାନନ୍ଦ ସରସ୍ବତୀ ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ମନ୍ତ୍ରପାଠ କରିଥିଲେ ଏବଂ ଏଥିରେ ସ୍ୱାମୀ ନିତ୍ୟବୁଦ୍ଧନନ୍ଦଜୀ ଓ ସ୍ୱାମୀ ସନ୍ଥଗିରିଜୀ ମଧ୍ୟ ଉପସ୍ଥିତ ରହିଥିଲେ l ରେଲିର ପ୍ରାରମ୍ଭରେ ମା ଦୁର୍ଗାଙ୍କ ଫଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ବଳନ କରିବା ସହିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ୱରୂପ କୁମାର ପାଣିଗ୍ରାହୀ, କର୍କଟ ସହ ସଂଘର୍ଷ କରି ବିଜୟୀ ହୋଇଥିବା ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର, ଜଣକଲ୍ୟାଣ କୁଳିତା ସମାଜର ଦିବାକର ପ୍ରଧାନ, ଭାଜପା ପକ୍ଷରୁ ସୁରେନ୍ଦ୍ର ସ୍ୱାଇଁ ପ୍ରମୁଖ ସମସ୍ତ ଛାତ୍ର ଛାତ୍ରୀଙ୍କୁ କର୍କଟ ରୋଗର ନିରାକରଣ ବିଷୟରେ ସଚେତନ କରିଥିଲେ।ତତସଙ୍ଗେ ବରଗଡ ଜିଲ୍ଲାରେ କର୍କଟ ରୋଗରେ ପୀଡ଼ିତ ହୋଇ ପ୍ରାଣତ୍ଯାଗ କରିଥିବା ବ୍ୟକ୍ତିଙ୍କର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ଏହିସବୁ ବ୍ୟତୀତ କର୍କଟ ରୋଗ ଉପରେ ଏକ ପ୍ରବନ୍ଧ ପାଠ ପ୍ରତିଯୋଗିତା କୋଶଲ ଟାଇମ ପକ୍ଷରୁ କରାଯାଇଥିଲା ଏବଂ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥିରେ ରାଲି ପୂର୍ବରୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଦ୍ଦେଶ୍ୟଜ୍ଞାପନ କରିଥିଲେ କୋଶଲଟାଇମର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ର । ଶୋଭାଯାତ୍ରାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ଘରକୁ ଯାଇ ନିଜ ନିଜ ପରିବାରର ସଦସ୍ୟଙ୍କୁ ସଚେତନ କରିବା ପାଇଁ ଶପଥ କରିଥିଲେ ।

ମହୀୟସି ଇଲା ପଣ୍ଡା ମହିଳା ସମିତିର ଉପଦେଷ୍ଟା ବୈଷ୍ଣବ ଭୋଇ ଅତାବିରା ବିଧାୟକ ନିହାର ମହାନନ୍ଦଙ୍କ ବାର୍ତ୍ତା ପଠନ କରିଥିଲେ । ଏହି ଶୋଭାଯାତ୍ରାରେ ଅତାବିରା ମହାବିଦ୍ୟାଳୟ, ଲାଦରପାଲି ପିଏମ୍ ଶ୍ରୀ ସେବାଶ୍ରମ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରକାରୀ ଉଚ୍ଚ ବାଳକ ଓ ବାଳିକା ବିଦ୍ୟାଳୟ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ହୋଲି ହାର୍ଟ ପବ୍ଲିକ ସ୍କୁଲ, ସରକାରୀ ନୋଡାଲ ୟୁପି ସ୍କୁଲ ଓ ସିଦ୍ଧାର୍ଥ ପବ୍ଲିକ ସ୍କୁଲର ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ସମେତ ଅଖିଳ ଭାରତୀୟ ହିନ୍ଦୁ ମହିଳା ମଞ୍ଚ, ଓଡ଼ିଶା ରାଜ୍ୟ କୃଷକ ସଂଗଠନ,ମାର୍ଚେଣ୍ଟ ଆସୋସିଏସନ୍,ଆନ୍ଧ୍ର ଓଡ଼ିଆ ସମାଜ, ଜନକଲ୍ୟାଣ କୁଲିତା ସମାଜ, ଅଗ୍ରସେନ ସେବା ସମିତି ଓ ବରିଷ୍ଠ ନାଗରିକ ସଂଘ ମଧ୍ୟ ଯୋଗଦାନ କରିଥିଲେ । ଶେଷରେ ଏ ସମସ୍ତଙ୍କ ସହଯୋଗ ଏବଂ ଯୋଗଦାନ ପାଇଁ କୋଶଲଟାଇମ ପତ୍ରିକା ଓ ମହୀୟସି ଇଲା ପଣ୍ଡା ମହିଳା ସମିତି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
