ପଶ୍ଚିମ ଓଡ଼ିଶାର ଶହେରୁ ଅଧିକ ବର୍ଷ ବଞ୍ଚିଥିବା ଶତାୟୁ ମହିଳା ଓ ପୁରୁଷ ଙ୍କୁ ସମ୍ମାନିତ କରାଯିବ, ଡ଼ା.ପୁରୋହିତ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 41;


ବରଗଡ଼, ୨/୨(ସଂସ୍କୃତି ମିଡ଼ିଆ ): ଆସନ୍ତା ଫେବୃୟାରୀ 15 ତାରିଖ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରି ମହୋତ୍ସବକୁ ନେଇ ସମଗ୍ର ଦେଶବାସୀ ଜୋରସୋରରେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଦେଶ ଓ ରାଜ୍ୟର ପ୍ରମୁଖ ଶୈବ ପୀଠରେ ମହାଶିବରାତ୍ରୀ ପାଳନ ପାଇଁ ଏବେଠୁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଛି । ହେଲେ ମହାଶିବରାତ୍ରି ଉପଲକ୍ଷେ ବରଗଡ଼ ସହରର ଡାକ୍ତର ରାମକୃଷ୍ଣ ପୁରୋହିତ ଓ ତାଙ୍କ ପତ୍ନୀ ମମତା ପୁରୋହିତ ଦ୍ବିତୀୟ ଥର ପାଇଁ ପୁଣି ଥରେ ନିଆରା ଢଙ୍ଗରେ ମହାଶିବରାତ୍ରୀ ଉପଲକ୍ଷେ ଶତାୟୁ ପୁରୁଷ ଓ ମହିଳାଙ୍କୁ ପୂଜା ପୂଜାର୍ଚ୍ଚନା କରି ମହାଶିବରାତ୍ରୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବରଗଡ଼ର ହେଲଥ ଏଜୁକେସନ ଫାଉଣ୍ଡେସନ ଓ ପୁରୋହିତ ଜେନେରାଲ ହସପିଟାଲର ତରଫରୁ ଆମେ ଶତାୟୁ, ଟ୍ରାଏ ଟୁ ଲିଭ ହଣ୍ଡ୍ରେଡ ଇଅର୍ସ ଏଭଳି ସଚେତନତା ବାର୍ତ୍ତା ନେଇ ପଣ୍ଡିତଙ୍କ ମହାମୃତ୍ୟଞ୍ଜୟ ମନ୍ତ୍ର, ଶଙ୍ଖ ବାଦ୍ୟ ତାଳେ ତାଳେ ପଶ୍ଚିମଓଡ଼ିଶାର ଅନେକ ଶତାୟୁ ମହିଳା ଓ ପୁରୁଷଙ୍କୁ ଫୁଲ, ଚନ୍ଦନ ଆଦି ପୂଜ୍ୟ ପୂଜାର୍ଚ୍ଚନା କରି ସେମାନଙ୍କଠାରୁ ଆଶିର୍ବାଦ ନେବେ । ମହାଶିବରାତ୍ରୀରେ ମନ୍ଦିରକୁ ନଯାଇ ଦେବ ଦେବ ମହାଦେବଙ୍କୁ ପାଣି ନଢାଲି ନିଜ ଜିଲ୍ଲା ଓ ପଶ୍ଚିମଓଡ଼ିଶାର ବିଭିନ୍ନ ଧର୍ମର ଶତାୟୁ ପୁରୁଷ ଓ ମହିଳାଙ୍କୁ ପୂଜା କରି ସେମାନଙ୍କୁ 2026 ଶତାୟୁ ସମ୍ମାନ ପ୍ରଦାନ କରିବେ । ଯାହା ଯୁବପୀଢ଼ି ଓ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ଯୋଗାଇବ । ଆଧୁନିକ ଯୁଗର ଖାଦ୍ୟ ପେୟରୁ ଦୁରେଇ ପ୍ରକୃତିରୁ ମିଳୁଥିବା ଫଳମୂଳ, କନ୍ଦା, ବିନା ରାସାୟନିକ ଯୁକ୍ତ ଖାଦ୍ୟ ଖାଇ ନିରାମୟ ଜୀବନ ବିତାଉଥିବା ଶତାୟୁ ବ୍ୟକ୍ତିଙ୍କ ଜୀବନି ଉପରେ ଅଧିକ ଗବେଷଣା କରାଯାଇପାରିବ । ଏଥିପାଇଁ ଆଜି ପୁରୋହିତ ଜେନେରାଲ ହସପିଟାଲ ସମ୍ମିଳନୀ କକ୍ଷରେ ଶତାୟୁ ସମ୍ମାନ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦକ ରଞ୍ଜନ କୁମାର ଦେବତାଙ୍କ ସଂଯୋଜନାରେ ହେଲଥ ଏଜୁକେସନ ଫାଉଣ୍ଡେସନ ଓ ପୁରୋହିତ ଜେନେରାଲ ହସପିଟାଲର ମୁଖ୍ୟ ପରିଚାଳକ ଡାକ୍ତର ରାମକୃଷ୍ଣ ପୁରୋହିତ ଓ ତାଙ୍କ ପତ୍ନୀ ମମତା ପୁରୋହିତ ଶତାୟୁ ସମ୍ମାନ ଉତ୍ସବର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିଲେ । ଆସନ୍ତା ଫେବୃୟାରୀ 15 ତାରିଖ ବରଗଡ଼ ସହର ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଏହି ଶତାୟୁ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଶ୍ଚିମଓଡ଼ିଶାର ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆଁପଡ଼ା ଜିଲ୍ଲାର ଶତାୟୁ ପୁରୁଷ ଓ ମହିଳା ଆଧାର କାର୍ଡ଼ ଓ ଭୋଟ ପରିଚୟ ଦେଇ ଶତାୟୁ ସମ୍ମାନ ପାଇଁ 9437054403 ଓ 9861006100 ହ୍ବାଟ୍ସଆପ ନମ୍ବରକୁ ପଠାଇବେ । ଶତାୟୁ ବ୍ୟକ୍ତିଙ୍କୁ ମନୋନୀତ କରିବା ପରେ ସେମାନଙ୍କୁ ସମ୍ମାନିତ କରାଯିବ । ଫେବୃୟାରୀ 12 ତାରିଖ ସନ୍ଧ୍ୟା ସୁଦ୍ଧା ଶତାୟୁ ବ୍ୟକ୍ତି ନିଜର ପରିଚୟ ସହିତ ସମ୍ମାନ ପାଇଁ ଆବେଦନ କରିବେ । ଶେଷରେ ଅନୁଷ୍ଠାନର ସମ୍ପାଦକ ରାଜକିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!