ଉର୍ମିଳା ବିଶ୍ବାଳଙ୍କ ପରଲୋକ

0

ଅତାବିରା, ୧୨/୨(ସଂସ୍କୃତି ମିଡ଼ିଆ )-ଅତାବିରା ବ୍ଳକ ହିର୍ଲିପାଲି ପଂଚାୟତ ଡ଼ୁମ୍ବେରପାଲିର ସିଂହପାଲି ୟୁଜିଏମ୍ଇ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ବିଶ୍ବାଲଙ୍କ ପତ୍ନୀ ଉର୍ମିଲା ବିଶ୍ବାଳ(୭୮)ଙ୍କ ଗତ କାଲି ମଧ୍ୟ ରାତ୍ରିରେ ପରଲୋକ ଘଟିଛି। ତାଙ୍କ ଗୋଡ଼ ଭାଙ୍ଗି ଦୁର୍ବଳତା କାରଣ ଯୋଗୁଁ ବୁର୍ଲାର ଏକ ନର୍ସିଂହୋମରେ ୮ ଦିନ ତଳେ ଭର୍ତ୍ତି ହୋଇଥିଲେ। ଗତ କାଲି ରାତି ଦେଢ଼ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଥିଲା। ମୃତ୍ୟୁ ପରେ ପୁତ୍ର ସୁବାଷ, ସୁଶାନ୍ତ, ଅନନ୍ତ, ଝିଅ ଜ୍ୟୋତ୍ସ୍ନା, ରୀନା, ପରିବାର ବର୍ଗଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ପାର୍ଥୀବ ଶବ ଗାଁକୁ ଆଣିବା ପରେ ନିଜ ଜମିରେ ଅନ୍ତିମ ସଂସ୍କାର କରାଯାଇଥିଲା। ଶବଧାରରେ ଜନକଲ୍ୟାଣ କୁଲତା ସମାଜ ଓ ଓଡ଼ିଶା ରାଜ୍ୟ କୃଷକ ସଂଗଠନର କର୍ମକର୍ତ୍ତା, ସଦସ୍ୟ ଯୋଗ ଦେଇଥିଲେ। ବଡ଼ ପୁତ୍ର ସୁବାଷ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ବିଧାୟକ ନିହାର ରଂଜନ ମହାନନ୍ଦ, ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଅତାବିରା ସଭାପତି ବୀରେନ୍ଦ୍ର କର ଶୋକ ପ୍ରକାଶ କରିଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!