କ୍ରିଷ୍ଣା ବିକାଶ ଶିକ୍ଷାନୁ୍ଷ୍ଠାନରେ ସିବିଏସଇ ଏବଂ ସିଏଚ୍ଏସ୍ଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କପାଇଁ ଫେୟାରୱେଲ୍ ଏବଂ ବୋର୍ଡ ପରୀକ୍ଷା ଶୁଭେଚ୍ଛା ଉତ୍ସବ

0

ବରଗଡ଼, ୧୭/୨(ସଂସ୍କୃତି ମିଡ଼ିଆ )ବରଗଡ଼ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ସିବିଏସଇ ଏବଂ ସିଏଚଏସ୍ଇର ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ “ଆଶାଏଁ”-ଫେୟାରୱେଲ୍ ତଥା ବୋର୍ଡ ପରୀକ୍ଷା ଶୁଭେଚ୍ଛା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସିବିଏସଇ ଏବଂ ସିଏଚଏସ୍ଇର ୧୭୦୦ ଛାତ୍ରଛାତ୍ରୀ ଏବଂ ୧୫୦ ଶିକ୍ଷକ-ଶିକ୍ଷୟୀତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଆଡମ୍ବର କ୍ରମେ ପାଲନ କରାଯାଇଥିଲା । ସର୍ବପ୍ରଥମେ ଅତିଥିଗଣ ମାଁ ସମଲେଶ୍ୱରୀଙ୍କ ପ୍ରତିଛବି ସମ୍ମୁଖରେ ଦୀପ ପ୍ରଜ୍ୱଳନ ଓ ପୁ୍ଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ କ୍ରିଷ୍ଣା ବିକାଶ ଶିକ୍ଷାନୁ୍ଷ୍ଠାନ ସମୂହର ଚେୟାରମେନ ଶ୍ରୀ ଡି.ମୂରଳୀ କ୍ରିଷ୍ଣା ଅନୁଶାସନ ଓ ଶୃଙ୍ଖଳିତ ଜୀବନ ସହିତ କଠିନ ପରିଶ୍ରମ ଓ ଗଭୀର ଆତ୍ମବିଶ୍ୱାସ ବଳରେ ମଣିଷ ଯେ କୌଣସି ସଫଳତାର ଶିଖରରେ ପହଂଚିପାରେ ବୋଲି ମତବ୍ୟକ୍ତ କରି ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । କ୍ରିଷ୍ଣା ବିକାଶ ଶିକ୍ଷାନୁ୍ଷ୍ଠାନ ସମୂହର ଡାଏରେକ୍ଟର୍ ଡ.ସମରେନ୍ଦ୍ରନାଥ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇବା ସହିତ ଆତ୍ମବିଶ୍ୱାସ ଓ ଅଧ୍ୟବସାୟ ବଳରେ ସଫଳତାର ଚରମ ଶୀର୍ଷରେ ପହଂଚି ପାରିବା ବୋଲି ମତପ୍ରକାଶ କରିଥିଲେ । ବିକାଶ ଆବାସିକ ବିଦ୍ୟାଳୟର ଏକଜୁ୍ୟକେଟିଭ୍ ପ୍ରିନ୍ସିପାଲ୍ ଶ୍ରୀ ଶିଶିର ପ୍ରସାଦ ରାଉଳ ନିଜ ଅଭିଭାଷଣରେ ସମସ୍ତ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଫଳତା ପାଇବାକୁ ହେଲେ ଶୃଙ୍ଖଳିତ ଜୀବନଯାପନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସିନିୟର ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ବିକାଶ ଶିକ୍ଷାନୁଷ୍ଠାନର ଶିକ୍ଷା ପ୍ରଦାନ ପ୍ରଣାଳୀର ଉଚ୍ଚ ପ୍ରଶଂସା କରି ଜେଇ. ନିଟ୍, ସି.ୟୁ.ଇ.ଟିର ସଫଳତା ସଂପର୍କରେ ବିଶଦ୍ ବିବରଣୀ ପ୍ରଦାନ କରିଥିଲେ । ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଓ ଶାରୀରିକ ସୁସ୍ଥତା ସଫଳତାର ଭିନ୍ନ ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ, ଉପାଧ୍ୟକ୍ଷ ଡ. ମନୋଜ କୁମାର ତ୍ରିପାଠୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀ ଏସ୍ କାନ୍ତା ରାଓ, ବିକାଶ ଆବାସିକ ବିଦ୍ୟାଳୟର ଏଡମିନିଷ୍ଟ୍ରେଟିଭ୍ ଅଫିସର ଲଗ୍ନିକା ଦାସ, କ୍ରିଷ୍ଣା ବିକାଶ ଫାଷ୍ଟ୍ଷ୍ଟେପ୍ର ଅଧ୍ୟକ୍ଷା ପୁଷ୍ପଲତା ମହାପାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ କ୍ରିଷ୍ଣା ବିକାଶ ପରିସରରେ ତାଙ୍କର ଦୁଇ ବର୍ଷର ଅଭିଜ୍ଞତା, କ୍ରିଷ୍ଣା ବିକାଶର ଉଚ୍ଚ କୋଟିର ଶିକ୍ଷାପ୍ରଣାଳୀ ଏବଂ ଛାତ୍ର ଛାତ୍ରୀମାନଙ୍କୁ ଦିଆଯାଉଥିବା ବ୍ୟକ୍ତିଗତ ରକ୍ଷଣାବକ୍ଷଣ ଉପରେ ତାଙ୍କର ମନ୍ତବ୍ୟ ଗୁଡିକ ରଖିଥିଲେ । ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ସିବିଏସଇ ଏବଂ ସିଏଚଏସଇ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅନେକ ସାସ୍କୃତିକ କାର୍ଯ୍ୟକ୍ରମ ସହିତ ଆୟୋଜନ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!