ପଦ୍ମପୁର ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ,ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ସାଂସଦ

0

ପଦ୍ମପୁର, ୧୭/୨(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ କ୍ଲବ ର ୪୮ ତମ ପ୍ରତିଷ୍ଠା ଦିବସ ଅବସରରେ ଟାଉନ୍ କ୍ଲବ ଠାରେ ଟାଉନ କ୍ଲବ ଏବଂ ମୁରଲୀ କ୍ରିଷ୍ଣା ବିକାଶ ଫାଉଣ୍ଡେସନ ତରଫ ରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେଇଛି ଜାହାର ଶୁଭ ଉଦ୍ଘାଟନ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ଦ୍ୱାରା କରାଯିଇଛି । ଉତ୍ତମ ଡାକ୍ତର ଓ ବିଶେଷଜ୍ଞ ମାନଙ୍କ ଠାରୁ ସ୍ବାସ୍ଥ୍ୟ ସେବା ର ସୁଯୋଗ ହଜାର ହଜାର ଲୋକ ଗ୍ରହଣ କରିଛନ୍ତି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ନିଜ ଶରୀର ପରୀକ୍ଷା କରାଇ ଡାକ୍ତର ଙ୍କ ଠାରୁ ଉଚିତ ପଦକ୍ଷେପ ନେଇ ଏହି ଶିବିରରେ ଯୋଗ ଦେଇ ଛନ୍ତି । ଏପରି ଜନହିତ କାରୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ପଦ୍ମପୁର ଟାଉନ କ୍ଲବ ଲୋକଙ୍କ ମାନରେ ଏକ ଛାପ ସୃଷ୍ଟି କରିଛି ବୋଲି ଅଂଚଳରେ ଉଚ୍ଚ ପ୍ରଶଂସା ଲଭ କରୁଛି l


Leave a Reply

Your email address will not be published. Required fields are marked *

error: Content is protected !!