ସିବିଏସଇ ଦଶମ ପରୀକ୍ଷାରେ କୋଶଳ ସ୍କୁଲର ଶତପ୍ରତିଶତ ସଫଳତା 

0

ସିବିଏସଇ ଦଶମ ପରୀକ୍ଷାରେ କୋଶଳ ସ୍କୁଲର ଶତପ୍ରତିଶତ ସଫଳତା 

ଅତାବିରା, ୧୫/୪(ସଂସ୍କୃତି ମିଡ଼ିଆ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ସ୍ଥାନୀୟ ନୂଆଁ ଖଇରପାଲି ସ୍ଥିତ କୋଶଳ ସ୍କୁଲ ଛାତ୍ରୀଛାତ୍ରମାନେ ଶତପ୍ରତିଶତ ସଫଳତା ହାସଲ କରି ପୁଣି ପୂର୍ବ ଇତିହାସ ଦୋହାରିଛନ୍ତି l ୨୦୨୫-୨୬ ଶିକ୍ଷା ବର୍ଷରେ କୋଶଳ ସ୍କୁଲର ୧୧୬ ଜଣା ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଶତପ୍ରତିଶତ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରାବାନ୍ୱିତ କରିଛନ୍ତି l ସେମାନଙ୍କ ମଧ୍ୟରୁ ୧୧ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ଆଣିଥିବା ବେଳେ ୩୮ ଜଣ ୮୦ ପ୍ରତିଶତ ରୁ ଅଧିକ ମାର୍କ ଆଣିଛନ୍ତି l ୧୦୦ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇଛନ୍ତି l ଅନ୍ୟ ପକ୍ଷେ ଇଂରାଜୀ ଓ ହିନ୍ଦୀ ଭଳି ଭାଷା ବିଷୟରେ ଏକାଧିକ ପରୀକ୍ଷାର୍ଥୀ ଶହେରୁ ଶହେ ଶତପ୍ରତିଶତ ମାର୍କ ଆଣିଛନ୍ତି l ବିଦ୍ୟାଳୟର ଛାତ୍ର ଅନିଶ ଦାଶ ୪୭୬ ମାର୍କ ରଖି ତଥା ୯୫. ୨ ପ୍ରତିଶତ ପାଇ ବିଦ୍ୟାଳୟର ଟପର ହୋଇଛନ୍ତି l ସମସ୍ତ କୃତୀ ପରୀକ୍ଷାର୍ଥୀଙ୍କୁ କୋଶଳ ସ୍କୁଲର ନିର୍ଦ୍ଧେଶିକା ନଳିନୀ ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଧେଶିକା ମଧୁ ପଟ୍ଟନାୟକ, ଅଧ୍ୟକ୍ଷ ରବୀନ୍ଦ୍ରନାଥ ବେହେରା ଅଭିନନ୍ଦନ ଜଣାଇଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!