ଅତାବିରାରେ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା

0

ଅତାବିରା, ୧୭/୨(ସଂସ୍କୃତି ମିଡ଼ିଆ )-ଅତାବିରା ବ୍ଲକର ଆୟୋଜନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଏକତା ଯାତ୍ରା ଏବଂ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତିଯୋଗୀମାନଙ୍କ ଏକ ପଦଯାତ୍ରା ସ୍ଥାନୀୟ ଦୁର୍ଗା ମନ୍ଦିରରୁ ବାହାରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ବିଡ଼ିଓ ରୀପୁନାଥ ସୁନା ମୂଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ସମୟରେ ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣି କୁମ୍ଭାର,ଅତିରିକ୍ତ ବିଡ଼ିଓ ଗୀରୀନ୍ଦ୍ର ସାହୁ ଏବଂ ଖେଳ ଶିକ୍ଷକମାନେ ଉପସ୍ଥିତ ଥିଲେ । ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବାଳକ ଏବଂ ବାଳିକା ବିଭାଗର କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଳକ ବିଭାଗରେ ୬ଟି ଉଚ୍ଚ ବିଦ୍ୟାଳୟ ଯଥା: ଲରାସରା,ଅତାବିରା, ଟାଙ୍ଗରପାଲି , ଟାମ୍ପରସରା, ଟୋପ ଓ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଏବଂ ବାଳିକା ବିଭାଗରେ ଟାଙ୍ଗରପାଲି, ଟାମ୍ପରସରା,ଟୋପ ଓ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଚୂଡ଼ାନ୍ତ ଖେଳ ବାଳିକା ବିଭାଗରେ ଟୋପ ଏବଂ ଟାଙ୍ଗରପାଲି ଉଚ୍ଚ ବିଦ୍ୟାଳୟ ମଧ୍ୟରେ ହୋଇଥିଲା । ଟାଙ୍ଗରପାଲି ଉଚ୍ଚ ବିଦ୍ୟାଳୟ ୨୯-୨୨ ପଏଣ୍ଟରେ ବିଜୟୀ ହୋଇଥିଲା । ସେହିପରି ବାଳକ ବିଭାଗରେ ଅତାବିରା ଏବଂ ଟାମ୍ପରସରା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଚୁଡାନ୍ତ ଖେଳ ହୋଇଥିଲା । ଏଥିରେ ଅତାବିରା ଉଚ୍ଚ ବିଦ୍ୟାଳୟ ୨୪-୧୪ ପଏଣ୍ଟରେ ବିଜୟୀ ହୋଇଥିଲା । ଉଭୟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଉଦଯାପନୀ ଉତ୍ସବରେ ଏବିଡିଓ ଗିରୀନ୍ଦ୍ର ସାହୁଙ୍କ ମଞ୍ଚ ପରିଚାଳନା ଓ ବିଡିଓ ରୀପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ମୂଖ୍ୟ ଅତିଥି,ଉପାଧ୍ୟକ୍ଷ ଅନନ୍ତ କୁମାର ମେହେର,ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲ,ଭେଡେନ ବ୍ଲକ ଜିପିଡ଼ିଓ ନିର୍ମଳ ଲୁଗୁନ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଉଭୟ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳଶିକ୍ଷକ ସୁଦୀପ୍ତ କୁମାର ସାହୁଙ୍କ ତତ୍ବାବଧାନରେ ୧୪ ଜଣ ଖେଳଶିକ୍ଷକ ଖେଳ ପରିଚାଳନା କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!