ସାବଧାନ : ଗାଁ ରେ ବୁଲୁଛି ବାଘ

0

ଗାଁ ରେ ବୁଲୁଛି ବାଘ l ବାଛୁରୀ କୁ ହତ୍ୟା କଲା କିଏ? ପ୍ରତକ୍ଷଦର୍ଶି କହୁଛି ମହାବଳ ବାଘ.. l କିନ୍ତୁ ଟେର ପାଉନି ବନ ବିଭାଗ..ଏବେ ଭୟବିତ ଗ୍ରାମବାସୀ 

ଅମ୍ବାଭୋନା, ୧୨/୪(ସଂସ୍କୃତି ମିଡ଼ିଆ)- ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଗ୍ରାମର ଚଣ୍ଡୀ ମନ୍ଦିର ନିକଟରେ ଭୋର ସମୟରେ ଏକ ବାଛୁରୀକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି l ଗ୍ରାମ ର ପ୍ରତକ୍ଷଦର୍ଶି କହିବା ଆନୁଯାୟୀ ତିନି ରୁ ଚାରି ଫୁଟ ଉଚ୍ଚତା ଥାଇ ଚିତା କଟା ହଳଦିଆ ରଙ୍ଗ ର ମହାବଳ ବାଘ ବାଛୁରୀ କୁ ଖାଇଥିବା ଦେଖିଥିବା କହୁଛନ୍ତି ଗ୍ରାମବାସୀ l ଅନ୍ୟ ପଟେ ବନ ବିଭାଗ କହୁଛି ମହାବଳ ବାଘ ବୋଲି ସ୍ୱଷ୍ଟ କହିହେବ ନାହିଁ l ଗ୍ରାମ ବାସୀ ଙ୍କ ଅଭିଯୋଗ କ୍ରମେ ଏହି ଘଟଣା ର ତଦନ୍ତ ଚାଲିଛି l 30 ରୁ 40 ଟି ସେଠି କଲାରିଆ ବାଘ ରହିଛନ୍ତି ବୋଲି ବରଗଡ ଡିଏଫଓ ସରୋଜ ପଣ୍ଡା କହିଛନ୍ତି l କୁନି କୁନି ଛାତ୍ର ଛାତ୍ରୀ ନିତିଦିନିଆ ସେଇ ରାସ୍ତା ଦେଇ ପାଠ ପଢିବା କୁ ଯିବା ଆସିବା କରୁଛନ୍ତି l ଗାଁ ରେ ବାଘ ବୁଲୁଥିବା ଘଟଣା ବନ ବିଭାଗ କୁ ଗ୍ରାମ ବାସୀ ଅଭିଯୋଗ କରିଥିଲେ ହେଁ କିଛି ପଦକ୍ଷେପ ନେଉନାହିଁ ବନ ବିଭାଗ ବୋଲି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଅନ୍ୟ ପଟେ ବାଛୁରୀ କୁ ହତ୍ୟା ଘଟଣା ଓ ଗାଁ ରେ ମହାବଳ ବାଘ ବୁଲୁଥିବା ନେଇ ଗାଁ ରେ ଗୋଟିଏ ଭୟ ର ବାତାବରଣ ସ୍ୱଷ୍ଟି ହୋଇଛି l


Leave a Reply

Your email address will not be published. Required fields are marked *

error: Content is protected !!