ଓଲଟି ପଡିଲା CRPF ବୋଲେରୋ, ୨ ଗୁରୁତର, ଗାଡ଼ି ଚୁରମାର

0

ଓଲଟି ପଡିଲା CRPF ବୋଲେରୋ, ୨ ଗୁରୁତର 

#ସମାନ ସ୍ଥାନରେ ପୁଣି ଘଟିଲା ଦୁର୍ଘଟଣା 

#ଅଳ୍ପକେ ବର୍ତ୍ତିଲେ ଯବାନ 

#ବଢ଼ୁଛି ଦୁର୍ଘଟଣା ଲାଗୁନି ବ୍ରେକ୍

#ତ୍ରୁଟିପୂର୍ଣ୍ଣ ପୋଲ ନିର୍ମାଣ ଅଭିଯୋଗ 

#ଦୁର୍ଘଟଣାଗ୍ରସ୍ତ CRPF ବୋଲେରୋର ୨ଟି ନମ୍ବର ପ୍ଲେଟ 

#ଦ୍ୱନ୍ଦ୍ୱରେ ଜନତା, ଯବାନ କହିଲେ ଗୁପ୍ତ ଅପରେସନ 

ଅତାବିରା, ୧୭/୪(ସଂସ୍କୃତି ମିଡ଼ିଆ)- ସମ୍ବଲପୁର-ବରଗଡ଼ ୫୩ନଂ ଜାତୀୟ ରାଜପଥର ଅତାବିରା ଦମଦମା ପୋଲ ଉପରେ ଶୁକ୍ରବାର ସକାଳ ୭ଟାରେ ଭାରସାମ୍ୟ ହରାଇ ସିଆରପିଏଫ ବୋଲେରୋ ବ୍ରିଜ କାନ୍ଥକୁ ପିଟି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଉଛି । ଗାଡ଼ିରେ ଥିବା ଡ୍ରାଇଭର ଓ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି l ସେମାନେ ହେଲେ ଛତିଶଗଡ 217 ବାଟାଲିୟନ ର ୱାକ ସାଗର (32) ଓ ରୁପେଶ କୁମାର (36) ବୋଲି ଜଣାପଡିଛି l

ମିଳିଥିବା ସୂଚନାରୁ ପ୍ରକାଶ ଯେ, ସମ୍ବଲପୁର ଜିଲା ଗୋଶାଳା ସ୍ଥିତ CRPF ବାଟାଲିଅନ ସମ୍ବଲପୁର କ୍ୟାମ୍ପରୁ ବାହାରି ଛତିଶଗଡ ଜଗଦଲପୁରକୁ ଯାଉଥିଲେ। ସମ୍ବଲପୁର -ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରା ଆଦର୍ଶ ଶ୍ମଶାନ ଘାଟ ପାଖ ଦମଦମା ପୋଲ ଉପରେ କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜରେ ବାଡେଇ ହୋଇଯାଇଛି l ଫଳରେ ବୋଲେରୋଟି ଭାଙ୍ଗିରୁଚି ଚୁରମାର ହୋଇ ଅପର ପାର୍ଶ୍ଵକୁ ବୁଲି ରାସ୍ତା ଉପରେ ଓଲଟି ପଡିଥିଲା l ଗାଡ଼ିରେ ଥିବା ୨ଜଣ ସିଆରପିଫ କର୍ମଚାରୀ ଆହତ ହୋଇଥିଲେ l ସ୍ଥାନୀୟ ଗ୍ରାମବାସୀ ଓ ପଥଚାରୀମାନେ ଉଦ୍ଧାର କରିବା ସମୟରେ ଅନ୍ୟ ସିଆରପିଏଫ ଯବାନମାନେ ପହଞ୍ଚି ଅତାବିରା ପୋଲିସ ସହ ଆହତଙ୍କୁ ପ୍ରଥମେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ l ଏହାପରେ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବୁର୍ଲା ଭୀମସାର କୁ ପଠାଯାଇଛି l ପ୍ରାରମ୍ଭରେ ଦୁର୍ଘଟଣାଗ୍ରସ୍ତ ଭୋଲେରୋର ପଞ୍ଜିକରଣ ସଂଖ୍ୟା ପଛରେ ଏମଏଚ୪୦ଵିଇ /୭୪୯୯ ଥିବା ବେଳେ ଆଗରେ ସିଜି୧୮ଏଲ / ୪୧୯୪ ଦୁଇଟି ନମ୍ବରକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା l ତେବେ ଜନୈକ ସିଆରପିଏଫ ଯବାନ କହିଛନ୍ତି ଯେ ଗୁପ୍ତ ଅପରେସନରେ କାର୍ଯ୍ୟ ଜରୁଥିଲେ ଏପରି ନମ୍ବର ପ୍ଲେଟ ବଦଳାଯାଇଥାଏ ବୋଲି କହିଥିଲେ l ଅତାବିରା ପୋଲିସ ମଧ୍ୟ ଏପରି ଘଟଣାକୁ ସ୍ୱୀକାର କରିଥିଲେ ମଧ୍ୟ ଏ ନେଇ ଅଧିକ ତଦନ୍ତ ଚଳାଇଥିବା କହିଛନ୍ତି l

ଏଠାରେ ସୂଚନା ଯୋଗ୍ୟ ଯେ ଠିକ୍ ଏହି ଦମଦମା ପୋଲର ଏହି ବ୍ରିଜ ରେ ଗତ ଫେବୃଆରୀ ୨୬ ତାରିଖ ଦିନ ବଣ୍ଟି ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲି ପଡିଥିଲା l ଆଜିର ଭଳି ସେ ଦିନ ମଧ୍ୟ ବଣ୍ଟି ବସ୍ ଚୁରମାର ହୋଇଯାଇଥିଲା l ତେବେ ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥାର ତ୍ରୁଟିପୂର୍ଣ୍ଣ ନିର୍ମାଣ ଯାହାକି ପୁରୁଣା ବ୍ରିଜକୁ ସମ୍ପ୍ରସାରଣ ରାସ୍ତାର ଏକ ପାର୍ଶ୍ୱ ରେ ପାଦ ଚଲା ରାସ୍ତା ନ ଛାଡ଼ି ବ୍ରିଜ କାନ୍ଥ ଉଠାଇ ଥିବାରୁ ଦୁର୍ଘଟଣା ବଢ଼ୁଛି. ବୋଲି ସାଧାରଣରେ ଅଭିଯୋଗ ହେଉଛି l ଏଥିପ୍ରତି ବିଭାଗୀୟ ଅଧିକାରୀ ଏବଂ ବରଗଡ଼ ଜିଲାପାଳ ଦୃଷ୍ଟି ଦେଇ ଲୋକଙ୍କ ଧନଜୀବନ ରକ୍ଷା କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

 


Leave a Reply

Your email address will not be published. Required fields are marked *

error: Content is protected !!