ଅବସରପ୍ରାପ୍ତ ପିଡ଼ବ୍ଲୁଡ଼ି କର୍ମଚାରୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

0

ଅତାବିରା, ୧୭/୪(ସଂସ୍କୃତି ମିଡ଼ିଆ )– ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ସ୍ଥିତ ଅମସ୍ତଲା ନିବାସୀ ରଜନୀ କାନ୍ତ ପ୍ରଧାନଙ୍କର ୭୫ ବର୍ଷ ବୟସରେ ବୁଧବାର ଦେହାନ୍ତ ହୋଇଯାଇଛି। ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ସମ୍ବଲପୁର ସ୍ଥିତ ରାଜଘାଟଠାରେ ଗୁରୁବାର ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୫ ଏପ୍ରିଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ତିନି ପୁତ୍ର (ଦିବ୍ୟ କିଶୋର, ରାଜ କିଶୋର ଓ ଅମିୟ କିଶୋର), ପୁତ୍ରବଧୂ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ପ୍ରଧାନ ପୂର୍ତ୍ତ ବିଭାଗରେ (PWD)କାର୍ଯ୍ୟରତ ଥିଲେ ଏବଂ ୨୦୦୯ ମସିହାରେ ସେବାରୁ ଅବସର ଗ୍ରହଣ କରିଥିଲେ। ଅବସର ପରେ ସେ ନିଜ ଗ୍ରାମ ଲରମ୍ଭାଠାରେ ସପରିବାର ରହୁଥିଲେ। ଜଣେ ମେଳାପୀ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ବେଶ୍ ପରିଚିତି ଥିଲା।ତାଙ୍କ ବିୟୋଗ ଖବର ପାଇ ଡଃ ଧୀରେନ୍ଦ୍ର ପଣ୍ଡା, ରବୀନ୍ଦ୍ର ବଡପଣ୍ଡା, ସନ୍ତୋଷ ପଣ୍ଡା ଓ ଅନ୍ୟ ବନ୍ଧୁବାନ୍ଧବ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ବଡ଼ ପୁଅ ଦିବ୍ୟ କିଶୋର ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି।


Leave a Reply

Your email address will not be published. Required fields are marked *

error: Content is protected !!