ମର୍ମନ୍ତୁଦ ଦୁର୍ଘଟଣା। ଟ୍ରେଲର-ପୋଲିସ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା, ୫ପୋଲିସ କର୍ମଚାରୀ ମୃତ, ୩ ଗୁରୁତର

0

ଝାରସୁଗୁଡା, ୨୨/୨(ସଂସ୍କୃତି ମିଡ଼ିଆ)-ମର୍ମନ୍ତୁଦ ଦୁର୍ଘଟଣା। ଟ୍ରେଲର-ପୋଲିସ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ଆଉ ୩ ଜଣ। ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ଓ ପୋଲିସ ବୋଲେରୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୫ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକମାନେ ହେଲେ APR କାଶୀରାମ ଭୋଇ, ଦେବଦତ୍ତ ସା, ଡ୍ରିଲ ସବ ଇନ୍ସପେକ୍ଟର ନିରଞ୍ଜନ କୁଜୁର, APR ହାବିଲଦାର ଲିଙ୍ଗରାଜ ଧୂରୁଆ ଓ ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧା।

 

ଗୁରୁତରଙ୍କ ଭିତରେ ଅଛନ୍ତି ୩ ଜଣ ଦୁବରାଜ ମିରିଗ (APR ) ଆକାଶ ନାଏକ (APR ), ରାଜୀବ ଭରସାଗର (ସର ଜେଣ୍ଟ )। ସେମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇବା ପରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲାପାଳ କୁଣାଲ ମୋତିରାମ ଚହୱାଣ, ଝାରସୁଗୁଡା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ମୁଖ୍ୟ ଚିକିତ୍ସାଲୟରେ ଉପସ୍ଥିତରହି ଘଟଣାର ତଦନ୍ତ ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଝାରସୁଗୁଡା ସଦର ଥାନା ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଟ୍ରେଲର ସହ ପୋଲିସ ଗାଡ଼ିର ଧକ୍କା ହୋଇଥିଲା। ଟ୍ରେଲର ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।


Leave a Reply

Your email address will not be published. Required fields are marked *

error: Content is protected !!