ଅତାବିରା ବ୍ଲକ୍ ସ୍ତରୀୟ ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ
ବ୍ଲକ୍ ସ୍ତରୀୟ ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ କାର୍ଯ୍ୟକ୍ରମର ପଞ୍ଚମ ପର୍ଯ୍ୟାୟ ଉଦ୍ଘାଟିତ
ନୂତନ ପାଠ୍ୟ ପୁସ୍ତକର ବୈଶିଷ୍ଟ୍ୟ, ଲକ୍ଷ୍ୟ ସହ ଉଦ୍ଦେଶ୍ୟ ଉପରେ ଆଲୋଚନା
ଗୋଡ଼ଭଗା, ୨୩/୨(ସଂସ୍କୃତି ମିଡ଼ିଆ)- ଅତାବିରା ବ୍ଳକ୍ ଅନ୍ତର୍ଗତ ଗୋଡ଼ଭଗା ଜୁବଳି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ କାର୍ଯ୍ୟକ୍ରମସୋମବାର ଉଦଘାଟିତ ହୋଇ ଯାଇଅଛି । ଦିବସର ପ୍ରାରମ୍ଭରେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିବା ସହ ଶିକ୍ଷୟିତ୍ରୀଶିକ୍ଷକଙ୍କ ସହ ଭାବ ବିନିମୟ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ନୂତନ ଶିକ୍ଷା ନୀତି ୨୦୨୦ କୁ ନେଇ ହୋଇଥିବା ଜାତୀୟ ପାଠ୍ୟକ୍ରମ ରୂପରେଖ ବିଦ୍ୟାଳୟ ଶିକ୍ଷା ୨୦୨୩ ଓ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ବିଦ୍ୟାଳୟ ଶିକ୍ଷା ୨୦୨୫ ଆଧାରରେ ଆସନ୍ତା ଶିକ୍ଷା ବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ପାଠ୍ୟ ପୁସ୍ତକର ବୈଶିଷ୍ଟ୍ୟ,ପାଠ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା ।

ସାଧନା କର୍ମୀ ଭାବେ ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଜାରଞ୍ଜନ ମେହେର, ଖିରେଶ୍ଵର ସାହୁ ଏବଂ ଉଷାରାଣୀ ସାମନ୍ତ ଯୋଗଦାନ କରି ତାଲିମ ପ୍ରଦାନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସି.ଆର.ସି.ସି. ନନ୍ଦିଘୋଷ ଭୁଏ,କେଶବ ଛନ୍ଦ,ତ୍ରିଲୋଚନ ସେଠ୍,ଆଶିଷ ନାଥ,ରାଜୀବ ବିଶ୍ଵାଳ ,ବଳରାମ ମେହେର ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।



