ଅତାବିରା ଦମ୍ ଦମା ପୋଲରେ ଝୁଲିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ପ୍ରାଣ ବିକଳରେ……..

0

ଅତାବିରା, ୨୬/୨(ସଂସ୍କୃତି ମିଡ଼ିଆ)- ସମ୍ବଲପୁର ବରଗଡ଼ 53ନଂ ଜାତୀୟ ରାଜପଥର ଅତାବିରାରେ ଏକ ବସ୍ ଦୁର୍ଘଟଣା l ଆଜି ସକାଳ 8ଟା ସମୟରେ ବଣ୍ଟି ନାମକ ଏକ ଘରୋଇ ବସ୍ ଦୁର୍ଘଟଣା ଗସ୍ତ ହୋଇଛି l ସମ୍ବଲପୁର ରୁ ବରଗଡ଼ ପଟକୁ ଯାଉଥିବା ବେଳେ ଦମ୍ଦମା ପୋଲରେ ଝୁଲିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଭାରସାମ୍ୟ ହରାଇ ପୋଲ ଉପରକୁ ଚଢ଼ିଯାଇଥିଲା ବସ୍। ଯାହାଫଳରେ ଯାତ୍ରୀ ମାନେ ଜୋର୍ ରେ ଚିତ୍କାର କରିଥିଲେ । ଅତାବିରା ସ୍ମଶାନ ଘାଟ ପାଖରେ ଥିବା ଦମ୍ ଦମା ନଦୀର ପୋଲ ରେ ଅଧା ଝୁଲା ଅବସ୍ଥାରେ (ବସ ନମ୍ବର – ଓଆର ୧୭ଏଫ୍ /୯୯୬୧)ବସ୍ ଟି ଅଟକି ଯାଇଥିଲା l ଅଳ୍ପକେ ବର୍ତ୍ତିଲେ ଯାଇଥିଲେ ଯାତ୍ରୀ l ପୋଲ ତଳକୁ ଖସି ଥିଲେ ଏକ ବଡ ଅଘଟଣ ହୋଇଥାନ୍ତା। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଉଯାଇଛନ୍ତି ଯାତ୍ରୀ l ତଥାପି ଦୁର୍ଘଟଣାରେ ଆହତ ଯାତ୍ରୀ ମାନଙ୍କୁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଉଛି। ଅତାବିରା ହସ୍ପିଟାଲ ରେ ୨୦ ରୁ ଅଧିକ ଯାତ୍ରୀଙ୍କୁ ଚିକିତ୍ସା କରାଯାଇଥିଲା l ପ୍ରାଣ ବିକଳରେ କେତେକ ଆହତ ଯାତ୍ରୀ ନିଜ ବ୍ୟବସ୍ଥାରେ ଅନ୍ୟ ଘରୋଇ ଡାକ୍ତରଖାନାକୁ ସିଧା ସଳଖ ଯାଇଛନ୍ତି l ଘଟଣା ସ୍ଥଳକୁ ପୋଲିସ ଅତାବିରା ପୋଲିସ ପହଞ୍ଚି ଆହତ ଯାତ୍ରୀ ମାନଙ୍କୁ ହସ୍ପିଟାଲ ପଠାଇଛନ୍ତି l ପରେ ଅତାବିରା ପୋଲିସ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ବସ କୁ ଏକ କ୍ରେନ ସାହାର୍ଯ୍ୟ ରେ ସେଠାରୁ ବାହାର କରାଯାଇଛି l ଫଳରେ ଯାତାୟତ ସ୍ୱାଭାବିକ ହୋଇଛି l ଅନ୍ୟ ପକ୍ଷରେ ଅତାବିରା ଥାନାରେ ବସ କୁ ଜବତ କରି ଏକ ମାମଲା ରୁଜୁ ହୋଇଛି l ଅଧିକ ତଦନ୍ତ ଚାଲିଥିବା ଅତାବିରା ଥାନା ପକ୍ଷରୁ କୁହାଯାଇଛି l

 


Leave a Reply

Your email address will not be published. Required fields are marked *

error: Content is protected !!