ଗ୍ୟାସ କଳାବଜାରୀ କରୁଥିବା ବେଳେ ଚଢ଼ାଉ, ୧୨ସିଲିଣ୍ଡର ସହ ୨୮୩ ଖାତା ଜବତ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: video;hw-remosaic: false;touch: (-1.0, -1.0);sceneMode: 0;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 45;
ଅତାବିରା, ୧୮/୩(ସଂସ୍କୃତି ମିଡ଼ିଆ )-ମଧ୍ୟ ପ୍ରାଚ୍ୟ ଦେଶରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ ଦେଖିବାକୁ ମିଳିଛି । ଅନ୍ୟପଟେ ଏହାକୁ ନେଇ ତତ୍ପରତା ଦେଖାଇଛି ଖାଦ୍ୟ ଯୋଗାଣ ବିଭାଗ l କଲା ବାଜରୀ କୁ ରୋକିବା ପାଇଁ ଚାଲିଛି ଜୋର୍ ସୋର ପ୍ରୟାସ l ଏହି ପରିପ୍ରେକ୍ଷୀରେ ବରଗଡ ଯୋଗାଣ ବିଭାଗ ପକ୍ଷରୁ ଅତାବିରା ରେ ବୁଧବାର ଚଢ଼ାଉ କରାଯାଇଛି l ବିଶ୍ୱସ୍ତ ସୂତ୍ରରୁ ଗ୍ୟାସ କଳାବଜରୀ ସୂଚନା ପାଇ ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲୁଣ୍ଡା ଗାଁ ର ବ୍ୟବସାୟୀ ପ୍ରଶାନ୍ତ ପ୍ରଧାନ ଙ୍କ ଘରକୁ ଅଚାନକ ଚଢ଼ାଉ କରିଛି ଯୋଗାଣ ବିଭାଗ l ସେହି ଘରୁ 12 ଟି ଘରୋଇ ଗ୍ୟାସ ସିଲିଣ୍ଡର ସହିତ 283 ଟି ଗ୍ରାହକଙ୍କ ଗ୍ୟାସ ଖାତା ମିଲଛି l ସେଥି ମଧ୍ୟରୁ 160 ଟି ଉଜ୍ୱଲା ଯୋଜନା ର ଖାତା ରହିଥିବା ବେଳେ 123 ଟି ସାଧାରଣ କଂଜୁମର ଙ୍କ ଖାତା ଜବତ କରିଛି ଯୋଗାଣ ବିଭାଗ l ଏହି ଚଢ଼ାଉ ରେ ଅତିରିକ୍ତ ଯୋଗାଣ ଅଧିକାରୀ ବୋମକେଶ ମାଝୀ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ସହକାରୀ ଜିଲାପାଳ ତଥା ମାଜିଷ୍ଟ୍ରେଟ ମଦନ ଲାଲ ପଣ୍ଡାଙ୍କ ଉପସ୍ଥିତ ଚଢ଼ାଉ କରାଯାଇଛି l ତେବେ ଏହି ଗ୍ୟାସ ସିଲିଣ୍ଡର ଓ କଂଜୁମର ଙ୍କ ଖାତା ଏତେ ଗୁଡିଏ କେଉଁଠି ଆସିଲା ତାହା ତଦନ୍ତ କରାଯାଉଛି ବୋଲି ବରଗଡ଼ ଅତିରିକ୍ତ ଯୋଗାଣ ଅଧିକାରୀ ବୋମକେଶ ମାଝୀ ସୂଚନା ଦେଇଛନ୍ତି l ସେ ଆହୁରି କହିଛନ୍ତି ଯେ ଏହାର ତଦନ୍ତ ରିପୋର୍ଟ ବରଗଡ଼ ଜିଲାପାଳ ଙ୍କୁ ପ୍ରଦାନ କରାଯିବ l ତାପରେ ରିପୋର୍ଟ କୁ ଆଧାର କରି ଜିଲାପାଳ କାର୍ଯ୍ୟାନୁଷ୍ଠାନ ନେବେ l ଅପରପକ୍ଷେ ଗ୍ୟାସ କଳାବଜାରୀ କରୁଥିବା କୁହାଯାଉଥିବା ପ୍ରଶାନ୍ତ ପ୍ରଧାନଙ୍କୁ ପଚାରିବାରୁ, ତାଙ୍କ ପାଖରେ ଥିବା ସିଏସସି (କମନ୍ ସର୍ଭିସ ସେଣ୍ଟର ) ଆଧାରରେ ୨୦୧୯ ମସିହାରୁ ସେ ଦିନକୁ ୭ ଟି ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ହୋମ୍ ଡେଲିଭରି ଦେଉଥିଲେ, ଗ୍ରାହକ ତାଙ୍କ ପାଖରେ ସେମାନଙ୍କ ଗ୍ୟାସ ଖାତା ଛାଡ଼ି ଯାଇଥାନ୍ତି ବୋଲି କହିଛନ୍ତି l
ଅନ୍ୟ ପଟେ ଜିଲ୍ଲା ପ୍ରଶାସନ ତରଫରୁ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଯୋଗାଣ ତଥା ବଣ୍ଟନ ସମୀକ୍ଷା ପାଇଁ ପାଇଁ ଜିଲ୍ଲାପାଳ ଅଧକ୍ଷାତା ରେ ଏକ ବୈଠକ କରି କମିଟି ଗଠନ କରାଯାଇଛି l ଜିଲ୍ଲାସ୍ତରରେ କଳାବଜାରୀ ରୋକିବା ପାଇଁ ଟାସ୍କ ଫୋର୍ସ ଗାର୍ଡ ମଧ୍ୟ ଗଠନ କରାଯାଇଛି l ତାସହିତ ପ୍ରଶାସନ ତରଫରୁ ହେଲ୍ପ ଲାଇନ ନମ୍ବର ମଧ୍ୟ୍ୟ ଜାରି କରାଯାଇଛି l ଏହା ସତ୍ୱେ ଅତାବିରା ଅଞ୍ଚଳରେ ପ୍ରଶାନ୍ତଙ୍କ ଭଳି ବହୁ ଏଜେଣ୍ଟ ମନମୁଖି ଗ୍ୟାସ କଳାବଜାରୀ କରି ଆସୁଛନ୍ତି l ବହୁ ଏଜେଣ୍ଟଙ୍କ ମାଧ୍ୟମରେ ଏବେ ଵି ଅନେକ ସ୍ଥାନରେ ଏପରି ଗ୍ରାହକଙ୍କ ଗ୍ୟାସ ଖାତା ରଖି କଳାବଜାରୀ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି l ଯାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିଲେ ସାଧାରଣ ଖାଉଟି ସୁବିଧାରେ ଗ୍ୟାସ ଚୁଲି ପର୍ଯ୍ୟନ୍ତ ଯାଇ ପାରିବ ବୋଲି ଲେକେ ଦାବୀ କରିଛନ୍ତି l
ଏହି ଚଢ଼ାଉ ସମୟରେ ବରଗଡ଼ ମ୍ୟୁନିସିପାଲଟି ସହକାରୀ ଯୋଗାଣ ଅଧିକାରୀ ପ୍ରଶାନ୍ତ ପ୍ରଧାନ, ଅତାବିରା ଏଏସଆଇ ବୈଠାରୁ ସାହୁଙ୍କ ସମେତ ଅତାବିରା, ବରଗଡ଼ ଯୋଗାଣ ଅଧିକାରୀ ସାମିଲ ଥିଲେ l
