“ନିଶା ନିବାରଣ ଓ ଛାତ୍ର ଛାତ୍ରୀ ଙ୍କ ଭୂମିକା” ଆଲୋଚନା ଚକ୍ର ଅନୁଷ୍ଠିତ 

0

“ନିଶା ନିବାରଣ ଓ ଛାତ୍ର ଛାତ୍ରୀ ଙ୍କ ଭୂମିକା” ଆଲୋଚନା ଚକ୍ର ଅନୁଷ୍ଠିତ 

ନିଶା ନିବାରଣ ସାମାଜିକ ଆହ୍ବାନ 

ବରଗଡ଼ ୧୮/୩(ସଂସ୍କୃତି ମିଡ଼ିଆ )-ନିଶା ମଣିଷ କୁ ବିବେକ ଶୂନ୍ୟ କରି ଦିଏ ।ନିଶା ଶକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜ ର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।ନିଶା ମଣିଷ ସମାଜ ର ପରମ ଶତ୍ରୁ । ନିଶା ନିବାରଣ ସାଂପ୍ରତିକ ସମାଜ ପାଇଁ ଏକ ଆହ୍ବାନ ରେ ପରିଣତ ହୋଇ ଯାଇଛି ।ତେଣୁ ଏଥି ପାଇଁ ବ୍ୟାପକ ସଚେତନତା ର ଆବଶ୍ୟକତା ରହିଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି ବୋଲି ସ୍ଥାନୀୟ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ଠାରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଟିତ ଆଲୋଚନା ଚକ୍ର ରେ ମତ ପ୍ରକାଶ ପାଇଛି । ସଂସଦ ର ସମ୍ପାଦିକା ଶାଲିନି ସା ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ଆଲୋଚନା ଚକ୍ର କୁ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ର ଆଲୁମୁନି ସଦସ୍ୟ କପିଳେଶ୍ୱର ବାଗ ଯୋଗ ଦେଇ ନିଶା କବଳରେ ସାଂପ୍ରତିକ ବରଗଡ଼ ସହର ର ସ୍ଥିତି ଓ ତାର ପ୍ରତିକାର ପାଇଁ ଛାତ୍ର ଛାତ୍ରୀ କିପରି ସଚେତନ କରି ପାରିବେ ସେ ବିଷୟ ରେ ଆଲୋକ ପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଞ୍ଜଳି ମହାରଣା,ରିତିକା ସା, ସିମ୍ରନ ମାଳି,ରୁଚି ମାଝୀ, ସିମ୍ରନ୍ ବେହେରା,ଶିବାନୀ ମେହେର,ଆର୍ ଜୟଶ୍ରୀ ପ୍ରମୁଖ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ନିଶା ନିବାରଣ ଓ ଛାତ୍ର ଛାତ୍ରୀ ଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ ।ସଂସଦ ର ଉପଦେଷ୍ଟା ଗୋପବନ୍ଧୁ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!