ବରଗଡ଼ ହାଟପଦା ରେ ପୁଣି ଭୁଜାଲି ମାଡ଼

0

ବରଗଡ଼, ୨୫/୩(ସଂସ୍କୃତି ମିଡ଼ିଆ )-ବରଗଡ ସହରର ହାଟପଦା ଅଞ୍ଚଳରେ ପୁଣି ଭୁଜାଲି ଆକ୍ରମଣ ଘଟିଥିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ହାଟପଦାର ଅମିତ ମଲ୍ଲିକଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା 7.30 ଘଣ୍ଟା ସମୟରେ ଟାଉନ ଥାନା ଦ୍ୱାରସ୍ଥ ହେଲେ ପଡାବାସି | ଆହତଙ୍କ ସ୍ଥିତି ଗୁରୁତର ରହି ଥିବା ବେଳେ ସ୍ଥାନୀୟ ହସ୍ପିଟାଲ ଠାରୁ ବୁର୍ଲା ଭୀମସାର ରେଫର କରାଯାଇଛି।

ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି। ଏନେଇ ପଡା ବାସି ଟାଉନ ଥାନା ଦ୍ୱାରସ୍ଥ ହୋଇ ବରଗଡ଼ ଏସପିଙ୍କ ସହ ଆଲୋଚନା କରିଥିଲେ | ଘଟଣାର ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ହାଟପଦା ଅଞ୍ଚଳରେ ବଢି ଚାଲିଥିବା। ଘଟଣା କିପରି ନିୟନ୍ତ୍ରଣ ହେବ ସେନେଇ ଆଲୋଚନା କରାଯାଇଥିଲା |


Leave a Reply

Your email address will not be published. Required fields are marked *

error: Content is protected !!