ବରଗଡ଼ରେ ପରିମଳ ବ୍ୟବସ୍ଥା କୁ ସୁଧାରିବା ପାଇଁ ନଗର ବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

0

ବରଗଡ଼, ୪/୩(ସଂସ୍କୃତି ମିଡ଼ିଆ)-ବରଗଡ଼ ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡ଼ିଥିବା ବେଳେ ଏହାକୁ ନେଇ ବରଗଡ଼ ସଚେତନ ନାଗରିକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗତ କିଛି ମାସ ହେଲା ବରଗଡ଼ ସହର ରେ ସଫେଇ ବୋଲି କିଛି ହେଉ ନାହି ଯେଉଁ ଆଡେ ଦେଖିବେ କୁଢ଼ କୁଢ଼ ମଇଳା ଆବର୍ଜନା ପଡ଼ିରହିଛି ଛକ, ରାସ୍ତା, ବଜାର ପ୍ରତ୍ୟେକ ଗଳି କନ୍ଧି ରେ ଏହି ଆବର୍ଜନା ଗଦା ପଡି ରହିଛି ଯଦ୍ୱାରା କି ମଶା, ମାଛି ହୋଇ ସହରରେ ଗୋଟିଏ ଅସ୍ୱାସ୍ଥ୍ୟ କର ପରିବେଶ ସୃଷ୍ଟି ହେଉଛି ବୋଲି ବରଗଡ଼ବାସୀଙ୍କ ତରଫରୁ ଭବାନୀ ସାହୁ ଅଭିଯୋଗ କରିଛନ୍ତି। ବରଗଡ଼ ପୌର ପରିଷଦ ର ପରିମଳ ବ୍ୟବସ୍ଥା କୁ ସଜାଡିବା ସହ ଏକ ବଂଚିବା ପାଇଁ ଅନୁକୂଳ ପରିବେଶ ଦିଆଯାଉ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉପ ନଗରପାଳ ଭରତ ମହାନ୍ତି, ମକରଧ୍ଵଜ ମେହେର, ମୁକୁନ୍ଦ ତାଣ୍ଡି, ବସୁଦେବ ଦାଶ, ଗଙ୍ଗା ପୂଝାରୀ, ପ୍ରଶାନ୍ତ ନାଏକ, ମହେନ୍ଦ୍ର ପୁରୋହିତ, ଅଲିମ ରିଜୱ୍ଵି ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!