ଲରମ୍ଭା କଲେଜର ଏନ.ସି.ସି ନୌସେନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0

ଅତାବିରା, ୭/୪(ସଂସ୍କୃତି ମିଡ଼ିଆ)-ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜର ଏନ. ସି. ସି. ନୌ ସେନା ଅଧିକାରୀ ସରୋଜ କୁମାର ନାୟକଙ୍କ ନବେ ଦିନର ତାଲିମ୍ ସମାପନରେ କଲେଜ ପ୍ରତ୍ୟାବର୍ତ୍ତନ କରିଛନ୍ତି l ଏହି ଅବସରରେ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମଙ୍ଗଳବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଶ୍ରୀ ନାୟକ ମହାରାଷ୍ଟ୍ର ନାଗପୁର କାମଟି ଓ. ଟି. ଏ ରେ ଜାନୁୟାରୀ ୫ ତାରିଖରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ତାଲିମ୍ ନେଇଥିଲେ | ଏଥିରେ ଭାରତର ବିଭିନ୍ନ ଅନୁଷ୍ଠାନରୁ ୫୭୪ ଜଣଙ୍କୁ ତାଲିମ୍ ଦିଆଯାଇଥିଲା | ସେଥିମଧ୍ୟରୁ ଲରମ୍ଭା କଲେଜ ମନୋନୀତ ହୋଇ ସବ ଲେପଟେଣ୍ଟ ପଦବୀକୁ ଉନ୍ନୀତ ହୋଇଥିବାରୁ ଅଞ୍ଚଳ ତଥା ଛାତ୍ରୀଛାତ୍ରଙ୍କ ମହଲରେ ଖୁସିର ବାତାବରଣ ଦେଖାଦେଇଛି | ଉତ୍ସବରେ ଲରମ୍ଭା ହାଇସ୍କୁଲର ଶିକ୍ଷକ ବିନୟ କୁମାର ନାଏକ, ବରିଷ୍ଠ କିରାଣୀ ପ୍ରମୋଦ ଚନ୍ଦ୍ର ସେଠ, ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ସମତେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ |


Leave a Reply

Your email address will not be published. Required fields are marked *

error: Content is protected !!