ଜିଲ୍ଲା ସ୍ତରିୟ ଚାଷୀ ପ୍ରଶିକ୍ଷଣ ଓ ସଚେତନତା ଶିବିର
ବରପାଲି, ୨୪/୫(ସଂସ୍କୃତି ମିଡ଼ିଆ)-ବରଗଡ ଜିଲ୍ଲା ପଧାନପାଲି ଭୂ ଲକ୍ଷ୍ମୀ ସିଡସ୍ ପରିସରରେ ଭୂ ଲକ୍ଷ୍ମୀ ସିଡସ୍ ର ଅଧ୍ୟକ୍ଷ ଏମ୍ ଶ୍ରୀନିବାସ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଶିବିରରେ ମୂଖ୍ଯ ଅତିଥି ଭାବରେ ପୂର୍ବତନ ସି ଏମ୍ ଡି ବିଭୁତି ଭୂଷଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ଏଡିଜିଏମ୍ ଡ.ରାଜେନ୍ଦ୍ର ଠପଡ, ସି ଏମ୍ ଡି, କୁଲଦୀପ ସିଂ, କେବିକେ ର ମୂଖ୍ଯ ନୃସିଂହ ଚରଣ ବାରିକ, ଡି,ଏମ୍,ହିଲ୍, ଶଶାଙ୍କ ଚତୁର୍ବେଦି, ଭୂ ଲକ୍ଷ୍ମୀ ସିଡସ୍ ର ମେନେଜିଙ୍ଗ୍ ପାଟନର୍ ଯୋଗଦାନ କରି ନୂତନ କୌଶଳ ପ୍ରଣାଳିରେ ଚାଷ କରିବାପାଇଁ ଓ ଚାଷରେ କମ୍ ପରିମାଣରେ କୀଟନାଶକ ଔଷଧ ବ୍ୟବହାର କରିବା ସହିତ ଉନ୍ନତ ମାନର ଧାନ ଚାଷ କରି ଅଧିକ ଅମଳ କରିବା ଏଂବ କେନସର୍ ଭଳିଆ ମହାମାରୀ ରୋଗରୁ ମୁକ୍ତ ହେବା ପାଇଁ ଉପସ୍ଥିତ ଅତିଥି ମାନେ ସଚେତନ ବାର୍ତ୍ତା ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଧାନ ଚାଷ କିମ୍ବା ପନି ପରିବା ଚାଷ ହେଉ ବିନା ଅଧିକାରୀଙ୍କ ପରାମର୍ଶ ରେ କୀଟନାଶକ ଔଷଧ ଗୁଡିକୁ ବ୍ୟବହାର ନ କରିବା ସହିତ ଜୈବିକ ସାର ଓ ଖତକୁ ଅଧିକ ଧ୍ୟାନ ଦେବା ପାଇଁ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ସଭା ଶେଷରେ ଭୂ ଲକ୍ଷ୍ମୀ ସିଡସ୍ ର ଅଧ୍ୟକ୍ଷ ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।
