ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀରେ ୨୦ ତାରିଖ ଦସ୍ତଖତ ଅଭିଯାନ
ବରଗଡ଼, ୧୮/୭(ସଂସ୍କୃତି ମିଡ଼ିଆ)-ସାମାଜିକ କର୍ମୀ, ଶିକ୍ଷାବିତ ତଥା ବୈଜ୍ଞାନିକ ସୋନମ ୱାଙ୍ଗଚୁକ ଙ୍କ ଆମରଣ ଅନଶନ କୁ ବଳପୂର୍ବକ ଦମନ କରିବା ପ୍ରତିବାଦ ରେ ବରଗଡ଼ ଗାନ୍ଧୀ ଛକ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରଗଡ଼ ର ସଚେତନ ନାଗରିକ ଓ ବିଭିନ୍ନ ସଂଗଠନ ର ସଦସ୍ୟ ମାନେ ଏହି ବିକ୍ଷୋଭ ରେ ଯୋଗ ଦେଇ ଥିଲେ। ସୋନମ ଙ୍କ ସମର୍ଥନ ରେ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବୀ ରେ ଆସନ୍ତା ସୋମବାର ଗାନ୍ଧୀ ଛକ ରେ ଏକ ଦସ୍ତଖତ ଅଭିଯାନ କରାଯିବ। ବିଗତ ୨୦ ଦିନ ହେଲା ସୋନମ ଓ ତାଙ୍କ ସାଥୀ ମାନେ ଦିଲ୍ଲୀ ର ଯନ୍ତର ମନ୍ତର ରେ ଅନଶନ ରେ ବସିଛନ୍ତି ଯାହାକୁ ବିଜେପି ସରକାର ବଳ ପୂର୍ବକ ହଟେଇବାକୁ ଚେଷ୍ଟା କରିଛି। ଗତ ନିଟ ପରୀକ୍ଷା ପେପର ଲିକ କୁ ନେଇ ଦେଶ ତମାମ ଅସନ୍ତୋଷ ଦେଖାଦେଇଛି। ଏହି ବିକ୍ଷୋଭ ରେ ଆଇନଜୀବୀ ସୁରେନ୍ଦ୍ର ପଣ୍ଡା, ଚାଷୀ ନେତା ରମେଶ ମହାପାତ୍ର, ସମାଜ ସେବୀ ବିକାଶ ଅଗ୍ରୱାଲ, ଭବାନୀ ସାହୁ, କିଶୋର ସାହୁ, ସୁଶାନ୍ତ ସାହୁ, ଆଇନ ଜୀବୀ ବୈକୁଣ୍ଠ ଷଡ଼ଙ୍ଗୀ, ବିମଲ ଶିକ୍କା, ଅସିତ ସାହୁ,ନୀତିଶ ସୁନା, ନିମିଷ ସାହୁ, ପ୍ରକାଶ ସାହୁ, ସାହିଲ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
