ଓଡ଼ିଶା ଓ ସୌରାଷ୍ଟ୍ର ସିକେ ନାୟଡୁ ଟ୍ରଫି ମ୍ୟାଚ : ସୌରାଷ୍ଟ୍ର ୮ ୱିକେଟ ରେ ବିଜୟୀ /ସୌରାଷ୍ଟ୍ର କୁ ମ୍ୟାଚ୍ ରୁ ମିଳିଲା ୬ ପଏଣ୍ଟ

0

ବରଗଡ, 9/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ ର କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡ ରେ ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ୨୩ ବର୍ଷ ରୁ କମ ବୟସ ବର୍ଗ ର ସି କେ ନାୟଡୁ ଟ୍ରଫି ରେ ଗୋଟିଏ ଦିନ ଖେଳ ବାକି ଥାଇ ଆଜି ସୌରାଷ୍ଟ୍ର ଦଳ ମ୍ୟାଚ୍ କୁ ୮ ୱିକେଟ ରେ ଜିତି ନେଇଛି। ଗତକାଲି ଦ୍ଵିତୀୟ ଦିନ ର ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ କରିଥିବା ବିନା ୱିକେଟ ରେ ୫ ରନ ରୁ ଆଜି ସକାଳେ ନିଜର ଇନୀଙ୍ଗସ ଆରମ୍ଭ କରିଥିଲା । ସୌରାଷ୍ଟ୍ର ଦଳ ର ପ୍ରଥମ ଇନିଙ୍ଗସ ୧୨୨ ରନ ଲିଡ କୁ ଅତିକ୍ରମ କରିବାକୁ ଯାଇ ଓଡ଼ିଶା ଦଳ ୧୬୦ ରନ କରି ଅଲ ଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସମ୍ବିତ ବରାଳ ୫୨ ରନ, ଅନିଲ ପରିଡ଼ା ୩୯ ରନ, ସାଇଦିପ୍ ମହାପାତ୍ର ୨୦ ରନ କରିବା ଫଳରେ ଦଳ ମାତ୍ର ୧୬୦ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ଫଳରେ ଓଡ଼ିଶା ଦଳ କୁ ସୌରାଷ୍ଟ୍ର ଦଳ ଠାରୁ ମାତ୍ର ୩୯ ରନ ର ଲିଡ ମିଳିଥିଲା । ସୌରାଷ୍ଟ୍ର ପକ୍ଷରୁ ନିଲ ପାଣ୍ଡ୍ୟା ୪୦/୪ ୱିକେଟ, ପବନ ପାରମାର ୩୦/୨ ୱିକେଟ, ଗଜ୍ଜର ସମ୍ମର ୧୪/୨ ୱିକେଟ, ପାର୍ଶ୍ୱରାଜ ରଣା ୪/୨ ୱିକେଟ ନେଇଥିଲେ । ସୌରାଷ୍ଟ୍ର ଦଳ କୁ ଏହି ମ୍ୟାଚ୍ ଜିତିବା ପାଇଁ ମାତ୍ର ୩୯ ରନ ଥିବା ବେଳେ ସୌରାଷ୍ଟ୍ର ଦଳ ୨ ୱିକେଟ ବିନିମୟରେ କରିନେଇଥିଲେ ୪୨ ରନ । ଫଳରେ ମ୍ୟାଚ୍ କୁ ସୌରାଷ୍ଟ୍ର ଦଳ ୮ ୱିକେଟ ରେ ଜିତି କରିନେଇ ପାଇଥିଲା ୬ ପଏଣ୍ଟ ।ପ୍ରକାଶ ଥାଉକି ଏହି ମ୍ୟାଚ୍ ର ପ୍ରଥମ ଇନୀଙ୍ଗସ ରେ ସୌରାଷ୍ଟ୍ର ଦଳ ୩୦୨ ରନ କରିଥିବା ବେଳେ ,ଓଡ଼ିଶା ତାର ପ୍ରଥମ ଇନୀଙ୍ଗସ ରେ କରିଥିଲା ୧୮୦ ରନ । ଓଡ଼ିଶା ତାର ଦ୍ଵିତୀୟ ଇନୀଙ୍ଗସ ରେ ୧୪୩ ରନ କରିଥିବା ବେଳେ ,ସୌରାଷ୍ଟ୍ର ଦଳ ଦ୍ଵିତୀୟ ଇନୀଙ୍ଗସ ରେ ୪୨/୨ କରି ମ୍ୟାଚ୍ ଜିତି ନେଇଥିଲେ ।
 ଓଡ଼ିଶା କ୍ରିକେଟ ଆସୋସିଏସନ ର ଆନୁକୁଲ୍ୟରେ ଓ ବରଗଡ ଜିଲ୍ଲା କ୍ରିକେଟ ଅସୋସିଏସନ ର ଆୟୋଜନ ରେ ଏହି  ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ପାଇଁ ବିସିସିଆଇ ପକ୍ଷରୁ ମ୍ୟାଚ ପାଇଁ ମ୍ୟାଚ୍ ରେଫରି ଥିଲେ ବାଲକ୍ରୀଷ୍ଣା ମିସକୁଇନ୍। ଅମ୍ପାୟର ଥିଲେ ଦୀପକ ଡିଏଲ ଓ ବିକାଶ ଭଟ୍ଟ । ସେହିପରି ତାପସ ନାୟକ ସିନିୟର୍ ଭିଡିଓ ଏନାଲିଷ୍ଟ ରହିଥିବା ବେଳେ ଜୁନିୟର ଭିଡିଓ ଏନାଲିଷ୍ଟ ରହିଛନ୍ତି ସାୱନ୍ ପାଢ଼ୀ । ଅନଲାଇନ୍ ସ୍କୋରର ଥିଲେ ସିଡି ସୁନିଲ , ମାନୁଆଲ ସ୍କୋରର ଥିଲେ ବୀରବର ନାୟକ।


Leave a Reply

Your email address will not be published. Required fields are marked *

error: Content is protected !!