୧୫ ତାରିଖ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହେବ ଧନୁଯାତ୍ରା ମହୋତ୍ସବ

0

୧୫ ତାରିଖ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହେବ                          ଧନୁଯାତ୍ରା ମହୋତ୍ସବ
 ୧୩ ରେ ରଙ୍ଗୋଲି ପ୍ରତିଯୋଗିତା,
୧୪ ରେ ଚିତ୍ରାଙ୍କନ ପ୍ରତିଯୋଗିତା,
 ୧୮ ରେ ଚିତ୍ରକଳା ପ୍ରତିଯୋଗୀତା 
ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ର ବିଭିନ୍ନ ସବ କମିଟି ଗଠିତ  ବରଗଡ, ୯/୧ (ସଂସ୍କୃତି ମିଡ଼ିଆ ବ୍ୟୁରୋ )-ଚଳିତ ବର୍ଷ ବରଗଡ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆୟୋଜନ ର ପ୍ରଚାର ପ୍ରସାର କୁ ଆହୁରି ସୁ-ସଂଗଠିତ ଭାବରେ କରିବାକୁ ସୋମବାର ଧୁନଯାତ୍ରା ପ୍ରଚାର ପ୍ରସାର କମିଟି ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ର ଆବାହକ କଲ୍ୟାଣୀ ଦାଶ ଙ୍କ ସଭାପତିତ୍ବ ଓ କାର୍ଯ୍ୟକାରୀ ସହ ଆବାହକ ରବି ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ପ୍ରଚାର ପ୍ରସାର କୁ ସଙ୍ଗଠିତ ଭାବରେ କରିବା ପାଇଁ ବିଭିନ୍ନ ସବ କମିଟି ମାନ ଗଠିତ ହୋଇଥିଲା । ଏଥିରେ ସାଂସ୍କୃତିକ ଶୋଭାଯାତ୍ରା , ରଙ୍ଗୋଲି , ଚିତ୍ରାଙ୍କନ ପ୍ରତିଯୋଗୀତା, ଚିତ୍ରକର ମାନଙ୍କୁ ନେଇ ଚିତ୍ରକଳା ପ୍ରତିଯୋଗିତା , ଭିଡିଓଗ୍ରାଫି, ଫଟୋଗ୍ରାଫି, ପ୍ରଚାର ପାଇଁ ହୋର୍ଡିଂ ଓ ପୋଷ୍ଟର ବ୍ୟବସ୍ଥା ଆଦି ସବ କମିଟି ମାନ ଗଠିତ ହୋଇଥିଲା । ଆଜିର ବୈଠକ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ର ତୃତୀୟ ବୈଠକ ହୋଇଥିବା ବେଳେ ବିଭିନ୍ନ ବିଭାଗ ର ସବ କମିଟି ମାନ ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଛି l ସାଂସ୍କୃତିକ ଶୋଭଯାତ୍ରା ରେ ଜିଲ୍ଲା ଓ ଜିଲ୍ଲା ବାହାରର ପ୍ରାୟ ୨୨ ଗୋଟି ସାଂସ୍କୃତିକ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 
  ଆଜିର ବୈଠକ ର ନିଷ୍ପତି ଅନୁଯାୟୀ ଆସନ୍ତା ୧୩ ରେ ରଙ୍ଗୋଲି ପ୍ରତିଯୋଗିତା, ୧୪ ରେ ଚିତ୍ରାଙ୍କନ ପ୍ରତିଯୋଗିତା, ୧୮ ରେ ଚିତ୍ରକଳା ପ୍ରତିଯୋଗୀତା ର ଆୟୋଜନ କରାଯିବ । 
    ଆସନ୍ତା ୧୫ ତାରିଖ ଦିନ ଅପରାହ୍ନ ୨ ଘଂଟା ସମୟ ରେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଗାନ୍ଧୀ ଛକ ରୁ ବାହାରି ବରଗଡ ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀ ଙ୍କ ମନ୍ଦିରରେ ପହଞ୍ଚିବ । ସେଠାରେ ଧନୁଯାତ୍ରା ମହୋତ୍ସବ ସମିତି ର କର୍ମକର୍ତ୍ତା ଙ୍କ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ହାଟପଦା ଠାରେ ରାଜ ଦରବାର ଠାରେ ପହଞ୍ଚି ୭୬ ତମ ବରଗଡ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ର ଆନୁଷ୍ଠାନିକ ଉଦଘାଟନ ହେବ । ପ୍ରତ୍ୟେକ କମିଟି ସେମାନଙ୍କ ର ଦଳର ସଦସ୍ୟମାନଙ୍କୁ ନେଇ ସଙ୍ଘବଦ୍ଧ ଭାବରେ କାର୍ଯ୍ୟ କରିବl ତଥା ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପ୍ରଚାର ପ୍ରସାର କମିଟି ର ଆବାହିକା ଅନୁରୋଧ କରିଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!