ଡେବ୍ରିଗଡରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ଚାଲେଞ୍ଜ କାର୍ଯ୍ୟକ୍ରମ
ଅତାବିରା,8/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଦେବ୍ରୀଗଡ଼ ଠାରେ ମାଉଣ୍ଟ ଏକ୍ସ ପ୍ଲୋର୍ ର ଫାଉଣ୍ଡର ଆଶୀର୍ବାଦ ମହାପାତ୍ର ଙ୍କ ସଭାପତିତ୍ବ ରେ ଏକ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ଚାଲେଞ୍ଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସଫେଇ କାର୍ଯ୍ୟକ୍ରମ ତଥା ସଚେତନ କାର୍ଯ୍ୟକ୍ରମ ହୋଇଥିଲା। ଏଠାକୁ ଆସିଥିବା ପ୍ରାୟ ୨୦୦ ଟି ବଣଭୋଜି ଗୋଷ୍ଠୀ ଙ୍କୁ ପ୍ଲାଷ୍ଟିକ ବ୍ୟବହାର ର ଅପକାରିତା ତଥା ପ୍ଲାଷ୍ଟିକକୁ ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବାକୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରେଞ୍ଜ ଅଫିସର ରାଜେଶ କୁମlର ମାହାକୁଡ଼ ,ମୁଖ୍ୟବକ୍ତା ପ୍ରକୃତି ବନ୍ଧୁ ମୀନକେତନ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ସଞ୍ଜୀବ ସାହୁ ଦେଇଥିଲେ । ଲରମ୍ଭା କଲେଜ ବର୍ତ୍ତମାନ ର ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ଲଷ୍ମୀ ନାରାୟଣ ବନଛୋର ଏବଂ ସାମାଜିକ କର୍ମୀ ରମେଶ ମେହେର କାର୍ଯ୍ୟକ୍ରମ ର ଯୋଗ ଦେଇଥିଲେ। ମୁନା ନାଏକ, ପ୍ରକାଶ ପଟ୍ଟନାୟକ, ପପୁ ମାହାକୁର,ଖଗେଶ୍ୱର ଭୁଏ, ତ୍ରିନାଥ ଭୁଏ ଭଳି ଅନେକ ଯୁବ ପିଢ଼ି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।
(ଅତାବିରା ରୁ ସୁରେନ୍ଦ୍ର କଠାର ଙ୍କ ରିପୋର୍ଟ )