ବରଗଡ଼ ଆରଟିଓ ପକ୍ଷରୁ ଅମୃତ କୁଟୁମ୍ କୁ “ଗୁଡ ସାମରିଟାନ” ସଂମ୍ମାନ
ବରଗଡ଼, 9/1- (ସଂସ୍କୃତି ମିଡ଼ିଆ ବ୍ୟୁରୋ ): ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୪ ସଡ଼କ ସପ୍ତାହ ପାଳନ ଅବସରରେ ଭେଡେନ ର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅମୃତ କୁଟୁମ୍ ର ସଭାପତି ଆନଂଦ ଚନ୍ଦ୍ର ସୁନା ଓ ଉପସଭାପତି ଘନଶ୍ୟାମ ଅଗ୍ରୱାଲ କୁଂ “ଗୁଡ ସାମରିଟାନ” ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ ଆଂଚଳିକ କାର୍ଯ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର ଉତ୍ସବରେ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନା ଓ ଆଂଚଳିକ ପରିବହନ ଅଧିକାରୀ ସାବୁଆ ମାଝୀ ମିଳିତ ଭାବେ ସମ୍ମାନିତ କରିଛନ୍ତି । ଏହି ସମୟରେ ବରଗଡ଼ ପୌରାଧ୍ୟକ୍ଷା କଲ୍ପନା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନୀନୀ ଭୋଇ, ପରିବହନ ଅଫିସର ଅଧିକାରୀ ମାନେ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଦୁର୍ଘଟଣା ରେ ଆହତ ବ୍ୟକ୍ତିର ଜୀବନ ରକ୍ଷା ପଦକ୍ଷେପ ଗ୍ରହଣ କରୁଥିବାରୁ, ତାକଂର ଏ ଭଳି ସେବାପାଇଁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। “ଅମୃତ କୁଟୁମ୍” ସମସ୍ତ ସଦସ୍ୟ/ସଦସ୍ୟା ମାନେ ଆନଂଦ ସୁନା ଓ ଘନଶ୍ଯାମ ଅଗ୍ରୱାଲ କୁଂ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିବାରୁ ସମଗ୍ର ଭେଡେନ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।