ରାଜ୍ୟସ୍ତରୀୟ ଗୁରୁ ଭଗବାନ ସାହୁ ସ୍ମୁତି ସମ୍ମାନ ପ୍ରଦାନ ଉତ୍ସବ: ସୁବାସ ନାୟକ ସମ୍ବର୍ଦ୍ଧିତ, ନୂଆଁଖାଇ ଭେଟ୍ ଘାଟ୍ କବିତା ଆସର ଅନୁଷ୍ଠିତ

0

ଅତାବିରା,୦୭/୦୧ (ସଂସ୍କୃତି ମିଡିଆ ବ୍ୟୁରୋ) ସ୍ବର୍ଗତ ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ଏବଂ ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦର ମିଳିତ ଆନୁକୁଲ୍ୟରେ ଲାଦେରପାଲି ଶ୍ରୀ ଶ୍ରୀ ମାଁ ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ରାଜ୍ୟ ସ୍ତରୀୟ ଗୁରୁ ଭଗବାନ ସାହୁ ସ୍ମୁତି ସମ୍ମାନ ପ୍ରଦାନ ଉତ୍ସବ ସହ ନୂଆଁଖାଇ ଭେଟ୍ ଘାଟ୍ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଏବଂ ନାଟ୍ଯ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅଶୋକ ପଶାୟତ। ସଭାପତି ଦଶରଥ ଭୋଇଙ୍କ ସଭାପତିତ୍ବରେ ଓ ଶିକ୍ଷକ ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ହିନ୍ଦୀ ସାହିତ୍ୟିକ ଦିନେଶ କୁମାର ମାଲି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଡ଼ଃ ତପସ୍ୱିନୀ ଗୁରୁ, ନାଟ୍ୟ ନିର୍ଦେଶକ ସନ୍ତୋଷ କୁମାର ପଣ୍ଡା, ଚାଷୀନେତା ବୀରେନ୍ଦ୍ର କୁମାର କର, ଜନ ସଂଗଠକ ଦିବାକର ପ୍ରଧାନ, ଅଧ୍ୟାପିକା ମନ୍ଦାକିନୀ ଶତପଥୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଭାଷା ଗବେଷକ ଓ ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ ମୁଖ୍ୟବକ୍ତା ଭାବରେ ଯୋଗଦେଇ ‘ଗୋଟିଏ ଦିନରେ ନୂଆଁଖାଇ ପାଳନ ଓ ଲୋକ ମହୋତ୍ସବର ସୃଷ୍ଟିରେ ଗୁରୁ ଭଗବାନ ସାହୁ’ ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲାର ବିଶିଷ୍ଟ ସମାଜସେବୀ, ସୁସହିତ୍ୟିକ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ (ମାଟିପୁତ୍ର)ଙ୍କୁ ରାଜ୍ୟ ସ୍ତରୀୟ ଗୁରୁ ଭଗବାନ ସାହୁ ସ୍ମୁତି ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ସହିତ କବି ପ୍ରଫୁଲ୍ଲ ମହାପାତ୍ର (ଦେବଗଡ), କବି ଡଃ ସୁବାଷ ଚନ୍ଦ୍ର ପାତ୍ର, କବି ନରସିଂହ ମହାରଣା (ରେଙ୍ଗାଲି, ସମ୍ବଲପୁର), ଲେଖିକା ମନ୍ଦାକିନୀ ଶତପଥୀ (ଝାରସୁଗୁଡ଼ା)ଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ସ୍ବରଚିତ କବିତା ପାଠୋତ୍ସବରେ ନୂରାବତୀ ସାହୁ, ହରିଲାଲ ସାହୁ, ମନୋରଞ୍ଜନ ଲୁହା, ଋଷଭ ବିଶି, ଦଶରଥ ଭୋଇ, ସଙ୍ଗୀତା ଦୀପ, ସନ୍ତୋଷିନୀ ନାଗ, ସୁରେଶ ଚନ୍ଦ୍ର ଭୋଇ, ପ୍ରଦୀପ କୁମାର ମିଶ୍ର, ଲକ୍ଷ୍ମଣ ସୁନା , ବିକ୍ରମ ସାହୁ, ପ୍ରସନ୍ନ ପ୍ରଧାନ, ନମିତା ଦୀପ ଯାଦବ, ସୁବାସ ନାଏକ, ମନୋଜ ବାଗ, ଯତୀନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ କୁମାର ମହାପାତ୍ର, ମୁରଲୀଧର ନାୟକ, ଗୌରହରି ଷଡ଼ଙ୍ଗୀ, ଜଗମୋହନ ସାହୁ, ଜଟାଧାରୀ ପ୍ରଧାନ, ସବିତା ହୋତା, ସ୍ବର୍ଣ୍ଣପ୍ରଭା କର, ଶ୍ରୀବତ୍ସ ମେହେର, ଅସୀମ ପଟେଲ ପ୍ରମୁଖ ଭାଗ ନେଇଥିଲେ। ଲୁଲୁ ରବୀନ୍ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ସଭାରେ ଧର୍ମରାଜ ପ୍ରଧାନ, ଆଞ୍ଚଳିକ ସାହିତ୍ୟ ପରିଷଦ ର ସଭାପତି ଦଶରଥ ଭୋଇ, ସମ୍ପାଦକ ସୁରେନ୍ଦ୍ର କଠାର, ଉପଦେଷ୍ଟା କୈଳାସ ମହାରଣା, ସୁବାଷ ପଧାନ, ସରୋଜ ରଥ, କିଶୋର ଚନ୍ଦ୍ର ପାତ୍ର, ସଞ୍ଜୁ ପ୍ରଧାନ, ଦୁର୍ଲ୍ଲଭ ଗଡତିଆ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ। ଶେଷରେ ଆକାଶବାଣୀ ଗୀତିକାର ସରୋଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!