କୁଚିଣ୍ଡାରେ ସ୍ଵାଧୀନତା ସଂଗ୍ରାମୀ ବିଶ୍ବନାଥ ପଣ୍ଡିତଙ୍କ ୧୦୫ ତମ ଜୟନ୍ତି ପାଳିତ ଏବଂ ଡିଭିଜନ ସ୍ତରୀୟ ସମ୍ମଳିନି ଅନୁଷ୍ଠିତ
କୁଚିଣ୍ଡା:ତା.୦୩/୦୧ (ସଂସ୍କୃତି ମିଡିଆ ବ୍ୟୁରୋ) କୁଚିଣ୍ଡା ସ୍ଥିତ ଶ୍ରମିକ ଭବନରେ ସ୍ଵାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗୀୟ ବିଶ୍ଵନାଥ ପଣ୍ଡିତଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଏଥିରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଶ୍ରଦ୍ଧାଞ୍ଜଳି ସଭା ଓ ମାଲ୍ୟାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ମହାନ୍ତି ଙ୍କ ସମେତ ପୂର୍ବତନ ବିଧାନ ସଭା ସଦସ୍ୟ ରବି ନାରାୟଣ ନାୟକ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶୋଭାରାମ ପ୍ରଧାନ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଷାନ, ପୂର୍ବତନ ବାମରା ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ପୂର୍ବତନ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ କରୁଣାକର କିଶାନ, ଜମନକିରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପଦ୍ମାବତୀ କିଷାନ୍, ସଂଘର ରାଜ୍ୟ ସମ୍ପାଦକ ମହମ୍ମଦ ମୃତୁଯା, ରାଜ୍ୟ କମିଟି ସଭ୍ୟ ସୁବାସ ଚନ୍ଦ୍ର ନାୟକ, ଡିଭିଜନ ସମ୍ପାଦକ କୀର୍ତ୍ତନ ସେନାପତି, ପୂର୍ବତନ କାଉନସିଲର ମନୋରଞ୍ଜନ ଭୋଇ ପ୍ରମୁଖ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହା ପରେ ଆୟୋଜିତ ଶ୍ରଦ୍ଧାଂଜଳି ସଭାର ସାହିତ୍ୟିକ ସୁବାସ ନାୟକ ବିଶ୍ଵନାଥ ପଣ୍ଡିତ ଙ୍କ ଉପରେ ଏକ ଜୀବନୀ ପୁସ୍ତକ ଲେଖିବାର ଘୋଷଣା କରିଥିବାବେଳେ ସଂଘର ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସଂଘ ପକ୍ଷରୁ ଏହାର ପ୍ରକାଶନ ଦାୟିତ୍ଵ ନେବାକୁ ଘୋଷଣା କରିଥିଲେ। ଏହା ପରେ ସଂଘର ଡିଭିଜନ ସ୍ତରୀୟ ସମ୍ନଳନି ସଭାପତି ଶ୍ରୀ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ସରକାରଙ୍କ ନିକଟରେ ଉପସ୍ଥାପିତ ହୋଇଥିବା ୧୪ଦଫା ଦାବୀ ସଂପର୍କରେ ଆଲୋଚନା କରାଯାଇ ଦାବୀ ପୁରଣରେ ଅହେତୁକ ବିଳମ୍ବ ହେଉଥିବାରୁ ଉଦବେଗ ପ୍ରକାଶ କରାଯାଇଥିଲା। ଏହି ଦାବୀ ପୁରଣ ପାଇଁ ଖୁବ୍ ନିକଟରେ ରାଜଧାନୀ ଭୁବନେଶ୍ୱର ରେ ଏକ ବଡ଼ ଧରଣର ସମାବେଶ ରେ ସରକାରଙ୍କ ଦୃଷ୍ଟି କରାଯାଇ ଚାପ ସୃଷ୍ଟି କରାଯିବାକୁ ଏବଂ ଏଥିରେ କୁଚିଣ୍ଡା ଡିଭିଜନ ରୁ ହଜାର ସଂଖ୍ୟାରେ କର୍ମଚାରୀ, ତୋଳାଳୀ ଯୋଗ ଦେବାର ନିଷ୍ପତି ନିଆଯାଇଛି। ଚଳିତ ବର୍ଷ ନିର୍ବାଚନ ହେଉଥିବାରୁ ନିର୍ବାଚନରେ ସଂଘର ଭୂମିକା ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ଦାବୀ ପୂରଣ କୁ ନେଇ ସଂଘ ସରକାରଙ୍କୁ ସମର୍ଥନ କରିବା ନିର୍ଭର କରେ। ଯେହେତୁ ସଂଘର ଅଧିକାଂଶ କର୍ମକର୍ତ୍ତା ଓ ସଭ୍ୟ ମାନେ ବିଜେଡ଼ି କୁ ସମର୍ଥନ କରୁଥିବା ଦୃଷ୍ଟି କୋଣରୁ ସଂଘର ଜଣେ କର୍ମକର୍ତା ଙ୍କୁ ବିଧାନସଭା ଓ ଲୋକ ସଭାରେ ପାର୍ଥି କରାଯିବାକୁ ଦାବୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ଆହୁରି ମଧ୍ୟ କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ପରିବର୍ତ୍ତନ କରି ଉପଯୁକ୍ତ ପ୍ରାର୍ଥୀ ଦେଲେ ସଂଘ ସମର୍ଥନ କରିବା ପାଇଁ ସୁବିଧା ଜନକ ହେବ ବୋଲି ମତ ପ୍ରକାଶ ପାଇଥିଲା ୧୪ଦଫା ଦାବୀ ମଧ୍ୟରେ ମାସିକ ଦରମା ବୃଦ୍ଧି, ପତ୍ର ଦର ବୃଦ୍ଧି, କନ୍ୟା ବିବାହ ସହାୟତା, ୬୨ବର୍ଷ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନା ଉପଲବ୍ଧ କରିବା, ବଜେଟ ରେ ସାମାଜିକ ନିରାପତ୍ତା ପାଇଁ ୨୦୦କୋଟି ପ୍ରଦାନ କରିବା, ଶିଜିନାଲ କର୍ମଚାରୀଙ୍କ ଗସ୍ତ ଖର୍ଚ୍ଚ ବୃଦ୍ଧି କରିବା, ଛାତ୍ର ବୃତ୍ତି କୁ ସରଳି କରଣ କରିବା, ବଞ୍ଚିତ ଥିବା ତୋଳାଳୀ କର୍ମଚାରୀ ଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିବା ପ୍ରଭୁତି ଦାବୀ ଅନ୍ତର୍ଭୁକ୍ତ। ଆଜିର ଏହି ସଭାରେ ଶ୍ରୀକର କଣ୍ଟା, ଚୈତନ୍ୟ ମେହେର, ଜଗନ୍ନାଥ ନାୟକ, ନୃପଲାଲ୍ ଧରୁଆ, ମିଳନ ପଲେଇ, ପୁଷ୍ପକେତୁ ଦେଓ, ରାଜେନ୍ଦ୍ର କିଶାନ୍, କୈଳାଶ ତାଉଡ଼ିଆ, ରମେଶ ରାଉତ, ସଞ୍ଜୀବ ସାହୁ, ରଥୀ କୀଶାନ, ବିକାଶ ସାହୁ, କବିତା ତିର୍କି, ବଲ୍କଭି ପଟେଲ, ସୌଦାମିନୀ ପଟେଲ,ପୁଷ୍ପଲତା ଭଇଁସା, ସରୋଜିନୀ ରଣା ପ୍ରମୁଖ ଉପସ୍ଥିତ ଥିଲେ।
(କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ)