କଲାଉମୁଣ୍ଡା କ୍ରିକେଟ ପ୍ରତିଯୋଗିତା : ନୁଆଁପଡା ଚମ୍ପିୟାନ
ବରପାଲି, 30/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ଆଜି 25 ତମ ସିଲଭର ଜୁବଲୀ କ୍ରିକେଟ ଟୁର୍ନାମେଣ୍ଟ କିଶୋର କ୍ରିକେଟ କ୍ଲବ ଲାଉମୁଣ୍ଡାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ରେ ଉଭୟ ଦଳ ପାଟଣାଗଡ଼ ଓ ନୂଆପଡା ଟିମ ଖେଲି ଥିଲେ l ଏଥିରେ ନୂଆପଡା ଦଳ ବିଜୟୀ ହୋଇଛି ବିଜୟୀ ଓ ପାଟଣାଗଡ ଦଳ ଉପ ବିଜେତା ହୋଇଛି l ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ବରଗଡ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାନିନୀ ଭୋଇ ସମ୍ମାନିତ ଅତିଥି ନିହାର ରଞ୍ଜନ ବେହେରା, ବିଜୁଯୁବ ଜନତା ଦଳର ବରଗଡ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସମାଜସେବି ଅଂଶୁମାନ ସତପଥି, ପୂର୍ବତନ ବିଜେପୁର ଜିଲ୍ଲାପରିଷଦ ସଭ୍ୟ କିଶୋର ମେହେର, ଲାଉମୁଣ୍ଡା ପଂଚାୟତ ବିଜେଡି ସେକ୍ରେଟାରୀ ଘସିଆ ମେହେର ଓ କିଶୋର କ୍ରିକେଟ କ୍ଲବ ର ସଭ୍ୟ ମାନଂକୁ ଯୋଗ ଦେଇ ଖେଳାଳି ମାନଂକୁ ଉତ୍ସlହିତ କରିଥିଲେ l